ଆଜି ହେଉଛି ପ୍ରଥମ ପର୍ଯ୍ୟାୟର ମତଦାନ : ତିନି ଜୋନରୁ ୭୮ ହଜାର ୭୪୪ ମତଦାତା ମତ ସାବ୍ୟସ୍ତ କରିବେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କ. ନୂଆଗାଁ ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନର ଆଜି ଭୋଟ ଗ୍ରହଣ ହେବ । ବାଲିଗୁଡା ବ୍ଲକରେ ୧୮୩ ବୁଥରେ ୩୮୧୩୬ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ । ବାଲିଗୁଡା ବ୍ଲକର ଚଉଦଟି ପଂଚାୟତରେ ୫୦ ଜଣ ସରପଞ୍ଚ ପ୍ରାର୍ଥୀ, ୩୯ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୩୪ଜଣ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ ହେବ । ବାଲିଗୁଡା ଦୁଇଟି ଜିଲ୍ଲା ପରିଷଦ ଜୋନରେ ୧୫ ନମ୍ବରରେ ୪ ଜଣ ଓ ୧୬ ନମ୍ବର ଜୋନରେ ୫ ଜଣ ପ୍ରାର୍ଥୀଙ୍କ ଭୋଟର ଭାଗ୍ୟ ନିର୍ଧାରଣ କରିବେ । ବାଲିଗୁଡା ବ୍ଲକରେ ୩୮୧୩୬ ଜଣ ଭୋଟର ୧୪୨ ଜଣ ପ୍ରାର୍ଥୀଙ୍କ ପ୍ରଥମ ପର୍ଯ୍ୟାୟ ମତଦାନରେ ଭାଗ୍ୟ ନିର୍ଧାରଣ କରିବେ । ସେହିପରି କ.ନୂଆଗାଁ ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ଚଉଦ ପଂଚାୟତ ପାଇଁ ୧୭୭ବୁଥରେ ୪୦୬୦୮ ଜଣ ଭୋଟର୧୩୩ଜଣ ପ୍ରାର୍ଥୀ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସରପଞ୍ଚ ୪୮ ଜଣ, ସମିତି ସଭ୍ୟ ୩୬ ଜଣ, ୱାର୍ଡ ମେମ୍ବର ୪୬ ଜଣ ଓ ତିନି ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ମୋଟ ୪୦୬୦୮ ମତଦାତା ବୋଲି ଜଣାପଡିଛି । ବାଲିଗୁଡା ବ୍ଲକ ଓ କ.ନୂଆଗାଁ ବ୍ଲକର ପ୍ରଥମ ପର୍ଯ୍ୟାୟ ମତଦାନ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ମହିଳାମାନଙ୍କ ପାଇଁ ପିଙ୍କ ବୁଥ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ଦିବ୍ୟାଙ୍ଗ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମୁକ୍ତ ଅବାଧ ଓ ନିରପେକ୍ଷ କରିବା ନିମନ୍ତେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବିଷୟରେ କନ୍ଧମାଳ ଏସ୍‌ପି ସୂଚନା ଦେଇଛନ୍ତି । ମାଓ ପ୍ରଭାବିତ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷାବାହୀନି ପକ୍ଷରୁ ଯାଞ୍ଚ, ପାଟ୍ରୋଲିଂ କରିବା ସହିତ କୁମ୍ବିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.