jsm

ବିଶ୍ଵନାଥଦେବଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଉଦ୍‌ଯାପିତ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼କାଳୁପଡା ଗ୍ରାମ ପାହାଡ଼ ଶୀର୍ଷରେ ଅବସ୍ଥିତ ବାବା ବିଶ୍ଵନାଥଦେବଙ୍କ ପୀଠରେ ଅନୁଷ୍ଠିତ ୪୦ତମ ବିଶ୍ଵଶାନ୍ତି ମହାଯଜ୍ଞ ରବିବାର ଦିନ ଉଦଯାପିତ ହୋଇଯାଇଛି । ଫେବୃଆରୀ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ସପ୍ତଦିନ ବ୍ୟାପି ଅନୁଷ୍ଠିତ ଏହି ଧାର୍ମିକ ଅନୁଷ୍ଠାନରେ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ନିଜ ନିଜର ମନସ୍କାମନା ପୂର୍ଣ୍ଣ ହେବା ନିମନ୍ତେ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ ।ସୋମବାର ଦିନ ଜଳଯାତ୍ରା, କଳସସ୍ଥାପନ, ଶାଲାମଣ୍ଡନ, ସର୍ବ ଦେବାଦେବୀ ଆବାହନ ଓ ଅଗ୍ନିସ୍ଥାପନ କାର୍ଯ୍ୟ କୋଭିଡ଼ କଟକଣା ମଧ୍ୟରେ ଯଥାରୀତି ସମ୍ପନ୍ନ ହୋଇଥିଲା । ବିଶ୍ୱନାଥ ପାହାଡ଼ ବିଶ୍ଵଶାନ୍ତି ମହାଯଜ୍ଞ ସମିତି ଆନୁକୂଲ୍ୟରେ ବିଗତ ୪୦ ବର୍ଷ ଧରି ଅନୁଷ୍ଠିତ ଏହି ଯଜ୍ଞାନୁଷ୍ଠାନରେ ପୁରୀ, ଖୋର୍ଦ୍ଧା, ଜଟଣୀ, ପିପିଲି, ସତ୍ୟବାଦୀ, କଣାସ, ନୟାଗଡ଼, ଭୁବନେଶ୍ୱର, କଟକ ଆଦି ଅଞ୍ଚଳରୁ ବହୁ ସଂଖାରେ ଶ୍ରଦ୍ଧାଳୁମାନେ ଆସି ବାବା ବିଶ୍ଵନାଥଙ୍କ କୃପାଲାଭ ପାଇଁ ପୂଜାର୍ଚ୍ଚନା କରିଥାନ୍ତି । ବିଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଆଖିଦୃଶିଆ ଜନସମାଗମ ପରିଲକ୍ଷିତ ହେଉନଥିବା ବେଳେ କେବଳ ଠାକୁରଙ୍କ ନୀତିକାନ୍ତି ବିଧି ଅନୁଯାୟୀ ସମ୍ପାଦନ ହେଉଥିବା ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ରବିବାର ଗୋଧୂଳି ଲଗ୍ନରେ ବାବା ବିଶ୍ଵନାଥଦେବଙ୍କ ମହାଯଜ୍ଞର ପୂର୍ଣ୍ଣହୂତି କାର୍ଯ୍ୟ ଯଥାବିଧି ସମ୍ପନ୍ନ ହୋଇଯାଇଛି ।

yuvodaya
Leave A Reply

Your email address will not be published.