ଓଲଟିଲା ପଟ୍ରୋଲ ବୋଝେଇ ଟ୍ୟାଙ୍କର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ- ବାଣପୁର ଓଭର ବ୍ରିଜ୍‌ ନିକଟ ଅଲାଇଡ଼ିହ ଛକ ନିକଟରେ ପଟ୍ରୋଲ ବୋଝେଇ ଟ୍ୟାଙ୍କର୍‌ ଓଲଟି ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାରାଦୀପରୁ ଛତ୍ରପୁର ଅଭିମୁଖେ ଏହି ପଟ୍ରୋଲ ଟ୍ୟାଙ୍କର ଯାଉଥିବା ବେଳେ ଡ୍ରାଇଭରର ଅସାବଧାନତା ଯୋଗୁଁ ରୋଡ଼୍‌ ଡ଼ିଭାଇଡ଼ରରେ ଧକ୍କା ହୋଇ ପଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଟ୍ୟାଙ୍କର୍‌ ଲିକେଜ୍‌ ହୋଇଯିବାରୁ ରାସ୍ତାରେ ପଟ୍ରୋଲ ଭାସୁଥିବା ଦେଖି ଲୋକେ ବଟଲ୍‌-ଯାର୍‌କିନ୍‌ ଧରି ପଟ୍ରୋଲ ନେଇ ଯାଇଥିବା ଜଣାପଡ଼ିଛି । ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦାରଖ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.