jsm

“କଳାଧାମ”ରେ ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ତେଲିଗୋଠପଡା ବଲାଙ୍ଗିର ସ୍ଥିତ ଅଗ୍ରଣୀ ଚିତ୍ର-ସଂଗୀତ ଓ ନୃତ୍ୟ ଶିକ୍ଷାନୁଷ୍ଠାନ କଳାଧାମ ଆର୍ଟ ଏଣ୍ଡ ମ୍ୟୁଜିକ ଇନ୍‌ଷ୍ଟିଚ୍ୟୁଟରେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛିି । କଳାଧାମର ଅଧ୍ୟକ୍ଷ ଚିତ୍ର ଶିଳ୍ପୀ ତଥା ସଙ୍ଗୀତଜ୍ଞ ଦିଲ୍ଲୀପ କୁମାର ସିଂହଦେଓଙ୍କ ଆବାହନ କ୍ରମେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଭାପତି ମଧୁସୁଦନ ନାୟକ ଶିଳ୍ପୀ ଶ୍ରୀ ସିଂହଦେଓଙ୍କ ଦ୍ୱାରା ଅଙ୍କିତ ଲତାଜୀଙ୍କ ଚିତ୍ରପଟରେ ଦୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ ଏବଂ ସ୍ମୃତିଚାରଣ କରିଥିଲେ । ଏ ଅବସରରେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିବା ସହ ଶ୍ରୀମାନ ଅଜୟ ଅମର ସିଂହଦେଓ, ଦୀପ୍ତି ଅଗ୍ରୱାଲ ତଥା ସର୍ବ କନିଷ୍ଠ ଛାତ୍ର ଜୟ କୁମାର ଅଗ୍ରୱାଲ ପ୍ରଭୃତି କଣ୍ଠ ସଂଗୀତ ଓ ଯନ୍ତ୍ର ସଂଗୀତ ମାଧ୍ୟମରେ ସ୍ୱରାଞ୍ଜଳି ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ନଳନୀ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କବି ଜଗବନ୍ଧୁ ପଟେଲ, ସହ-ସଂପାଦକ ଭକ୍ତ ନାୟକ, ବିମଳ ଭୁଏ, ରିତାଞ୍ଜଳୀ ପଧାନ, ସୀମାରାଣୀ ମହାପାତ୍ର ତଥା ଅନୁଷ୍ଠାନର ଛାତ୍ର ଛାତ୍ରୀ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରିଶେଷରେ ନୀରବଚ୍ଛିନ୍ନ ସ୍ୱରସାଧନା ଓ ଅଭ୍ୟାସ ଦ୍ୱାରା ହିଁ ଆମେ ଲତାଜୀଙ୍କୁ ଚିରଦିନ ପାଇଁ ହୃଦୟଙ୍ଗମ କରିପାରିବା ବୋଲି ଅଧ୍ୟକ୍ଷ ଶ୍ରୀ ସିଂହଦେଓ କରିଥିଲେ ।

yuvodaya
Leave A Reply

Your email address will not be published.