ଭୀମଡ଼ୁଙ୍ଗୁରୀଠାରେ ଡ୍ରୋନ ସର୍ଭେ କରି ବିକାଶର ନକ୍ସା ପ୍ରସ୍ତୁତ କଲେ ବଲାଙ୍ଗିର ଡିଏଫଓ ନିତୀଶ କୁମାର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭୀମଡ଼ୁଙ୍ଗୁରୀଠାରେ ଡ୍ରୋନ ସର୍ଭେ କରି ବିକାଶର ନକ୍ସା ପ୍ରସ୍ତୁତ କରିଛନ୍ତି ଡିଏଫଓ ନିତୀଶ କୁମାର । ଭୀମଡ଼ୁଙ୍ଗୁରୀର ଉନ୍ନତି ପାଇଁ ସେଠାରେ ନୂଆ ଭିତ୍ତିଭୂମି ସ୍ଥାପନ କରାଯିବ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ବନବିଭାଗ ତରଫରୁ ଏହି ସର୍ଭେକୁ ଡ୍ରୋନ ଦ୍ୱାରା କରାଯାଇଥିଲା । ୯୨ଏକର ପରିମିତ ବିଶିଷ୍ଟ ଏହି ସର୍ଭେ କରିବା ପାଇଁ ମୋଟ ୧୫ମିନିଟ ୨୫ ସେକେଣ୍ଡ ସମୟ ଲାଗିଥିଲା । ବଲାଙ୍ଗିରରେ ଥିବା ପର୍ଯ୍ୟଟନ କ୍ଷେତ୍ରମାନଙ୍କ ମଧ୍ୟରେ ଭୀମଡ଼ୁଙ୍ଗୁରୀର ନାଁ ରହିଛି । ୨୦୧୪-୧୫ରେ ଏହାକୁ ପର୍ଯ୍ୟଟନସ୍ଥଳ ଭାବେ ଘୋଷଣା କରାଯାଇଥିଲା । ସେହିଦିନ ଠାରୁ ପର୍ଯ୍ୟାୟକ୍ରମେ ଏହି ପର୍ଯ୍ୟଟନସ୍ଥଳକୁ ବିଭିନ୍ନ ବିଭାଗ ଅଧୀନରେ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି । ତେବେ ଖୁବଶୀଘ୍ର ଏହି ଐତିହାସିକ ପର୍ଯ୍ୟଟନସ୍ଥଳୀର ନୂଆ ରୂପରେଖ ପ୍ରସ୍ତୁତ ହେବା ନେଇ ଆଶା କରାଯାଇଛି ।

Leave A Reply

Your email address will not be published.