ପ୍ରକୃତି ଓ ଜୈବବିବିଧତାର ସଂରକ୍ଷଣ ପାଇଁ ଆର୍ଦ୍ରଭୂମିର ପୂଜାର୍ଚ୍ଚନା କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଫେବୃଆରୀ ଦୁଇ ତାରିଖ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ଟ୍ରଷ୍ଟର ଆବାହକ ପ୍ରକୃତିପ୍ରେମୀ ତଥା ଗଛ ହସିଲେ ଜଗତ ହସେ ପୁସ୍ତକର ସ୍ରଷ୍ଟା ଆଇନଜୀବୀ ହୃଷୀକେଶ ପାଢ଼ୀ ର୍ବମାନର ଜଳବାୟୁ ପରିବର୍ତ୍ତନ, ପ୍ରକୃତି ଓ ଜୈବବିବିଧତା ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ପାଢ଼ୀ କହିଛନ୍ତି – ” ଆର୍ଦ୍ରଭୂମି ହେଉଛି ପୃଥିବୀର ବୃକକ ଯାହା ଜଳର ସୁପରିଚାଳନା କରିବା ସହ ଆବର୍ଜନା ସଫା କରିଥାଏ । ଦ୍ରୁତ ସହରୀକରଣ, ଶିଳ୍ପାୟନ ଓ କୃଷିକାର୍ଯ୍ୟ ଯୋଗୁଁ ଆଜି ଅନେକ ଆର୍ଦ୍ରଭୂମି ବିପନ୍ନ । ପ୍ରକୃତି ଓ ଜୈବବିବିଧତା ପାଇଁ ଏହାର ସୁରକ୍ଷା ଜରୁରୀ । ଏ ବର୍ଷର ମୁଦ୍ଦା ରହିଛି । ” ମଣିଷ ଓ ପ୍ରକୃତି ପାଇଁ ଆର୍ଦ୍ରଭୂମି ପଦକ୍ଷେପ, ଯାହାକି ଏକ ସମୟପୋଯୋଗୀ ପଦକ୍ଷେପ ବୋଲି ଆମ୍ଭେ ଶତପ୍ରତିଶତ ହୃଦବୋଧ କରୁଛୁ । ଏ ବର୍ଷ ପ୍ରଥମ ଥର ଜାତିସଂଘର ଆନ୍ତର୍ଜାତୀୟ ଦିବସରେ ସାମିଲ ହୋଇ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳନ କରାଯିବା ଆମ୍ଭ ପାଇଁ ଗୌରବର ବିଷୟ । ଏହି ଅବସରରେ ଗୁଡ଼ୁପାଇଲୋ ଗ୍ରାମର ନୀଳକଣ୍ଠେଶ୍ଵର ଦେବଙ୍କ ପାଖେ ଆର୍ଦ୍ରଭୂମିର ସୁରକ୍ଷା ପାଇଁ ପୂଜାର୍ଚ୍ଚନା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.