pr

ଡେଲାଙ୍ଗରେ ଅର୍ଥ ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ଖର୍ଚ୍ଚ ତନଖି

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଲଢ଼ୁଥିବା ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବ ଖାତାକୁ ଅର୍ଥ ପର୍ଯ୍ୟବେକ୍ଷକ ରୁଦ୍ର ନାରାୟଣ ଆଚାର୍ଯ୍ୟ ତନଖି କରିଛନ୍ତି । ଡିଆର୍‌ଡିଏ ପୁରୀର ଏପିଡ ନିଶିଥ କୁମାର ଦାଶ, ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ଜିପିଓ ରତିକାନ୍ତ ସାହୁ, ନୋଡାଲ ଅଧିକାରୀ ତଥା ସହକାରୀ ଯନ୍ତ୍ରୀ ରାଜେଶ୍ଵର ମହାରଣା ପ୍ରମୁଖ ଶତାଧିକ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ହିସାବ ଖାତା ଯାଞ୍ଚ ପକ୍ରିୟାରେ ଅର୍ଥ ପର୍ଯ୍ୟବେକ୍ଷକଙ୍କୁ ସହଯୋଗ କରିଥିଲେ । କିଛି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ଦଳୀୟ ସମର୍ଥିତ, ଦଳୀୟ ଚିହ୍ନ ଓ ଦଳୀୟ ନେତାଙ୍କ ଫୋଟକୁ ବ୍ୟାନର, ପୋଷ୍ଟର ଓ ପୁଶିଂ କାର୍ଡରେ ଛାପି ପ୍ରଚାର କରୁଥିବାର ଅଭିଯୋଗ କେତକ ପ୍ରାର୍ଥୀ ନିର୍ବାଚନ ଅଧିକାରୀ ଓ ଅର୍ଥ ପର୍ଯ୍ୟବେକ୍ଷକଙ୍କ ନିକଟରେ ଦ୍ରୁଷ୍ଟି ଆକର୍ଷଣ କରିବାରୁ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ ଅଧିକାରୀ ବିଡ଼ିଓ ଶ୍ରୀ ଷଡଙ୍ଗୀ କହିଥିଲେ । ନିର୍ବାଚନ ଖର୍ଚ୍ଚ ହିସାବ ଖାତାକୁ ନିୟମିତ ବ୍ୟବଧାନରେ ବ୍ଲକ କାର୍ଯ୍ୟାଳୟରେ ଦାଖଲ କରିବାକୁ ଅର୍ଥ ପର୍ଯ୍ୟବେକ୍ଷକ ଶ୍ରୀ ଆଚାର୍ୟ୍ୟ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ ।

nrusinghnath
Leave A Reply

Your email address will not be published.