ବଲାଙ୍ଗିର ଓମେନ୍ସ କଲେଜ ଛକରେ ଥିବା ପତଞ୍ଜଳି ଦୋକାନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଓମେନ୍ସ କଲେଜ ଛକରେ ଥିବା ପତଞ୍ଜଳି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ଶିବରାମ ପଣ୍ଡା । ଅଭିଯୋଗ ଅନୁଯାୟୀ, ସବୁଦିନ ପରି ଦୋକାନ ବନ୍ଦ କରି ଗତରାତି ୯ଟାରେ ଘରକୁ ସେ ଯାଇଥିଲେ । କିନ୍ତୁ ଆଜି ସକାଳୁ ଆସି ଦେଖିଲା ବେଳକୁ ଦୋକାନର ତାଲା ଭାଙ୍ଗି ସଟର୍‌ ଖୋଲା ଯାଇଥିଲା । ତେବେ ଦୋକାନ ଭିତରେ ଦୁଇ ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସାମାନ୍‌ ଥିବା ଦୋକାନ ମାଲିକ ଶ୍ରୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.