ବଡମାଲ ଷ୍ଟେସନରେ ଟ୍ରେନରୁ ଖସି ଗୁରୁତର ବିଏସ୍‌ଏଫ୍‌ ଯବାନ : ମେଡିକାଲରେ ଭର୍ତ୍ତି

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡମାଲ ଷ୍ଟେସନରେ ଜଣେ ବିଏସ୍‌ଏଫ୍‌ ଜବାନ ଟ୍ରେନରୁ ଖସିପଡି ଗୁରୁତର ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ରେଲୱେ ପୋଲିସ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତାଙ୍କ ନିକଟରୁ ମିଳିଥିବା ପରିଚୟ ପତ୍ରରୁ ଜଣାପଡିଛି ଯେ, ସେ ଝାରଖଣ୍ଡ ଜିଲ୍ଲାର ନିବାସୀ ହୋଇଥିବା ବେଳେ ବିଏସ୍‌ଏଫ୍‌ ୧୦୯ ବାଟାଲିୟନ୍‌ରେ ଏସିଷ୍ଟାଣ୍ଡ ସବ୍‌ ଇନିସ୍ପେକ୍ଟର ଭାବେ କାର୍ଯ୍ୟରତ ଅଟନ୍ତି । ତାଙ୍କ ନାମ ଜୟ ପ୍ରକାଶ କେ. ଆର୍‌ ସିଂହ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତି ୧ରୁ ୨ଟା ଭିତରେ ସେ ଟ୍ରେନ୍‌ରୁ ଖସି ପଡିଥିବା ବେଳେ ଆଜି ସକାଳ ୮ ଟା ସମୟରେ ରେଲୱେ ପୋଲିସ ଉଦ୍ଧାର କରିଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Leave A Reply

Your email address will not be published.