ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ପୁଣି ଗତ ୨୪ ଘଂଟା ମଧ୍ୟରେ ୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ସତ୍ୱେ ଥମୁନି ସଂକ୍ରମଣ । ଏଥିପାଇଁ ଜନସାଧାରଣଙ୍କ ବିଶେଷ ସହଯୋଗର ଆବଶ୍ୟକତା ନିହାତି ଭାବେ ରହିଛି । କରୋନା ଗାଇଡ୍ ଲାଇନ୍ ପାଳନ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୨୧୬ ରହିଥିଲା । କିନ୍ତୁ ଗତ ୨୪ ଘଂଟାରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୦ ହଜାର ପାର୍ ହୋଇଛି ରାଜ୍ୟରେ ।