jsm

କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡେ଼ାର ଷ୍ଟାଡ଼ିୟମର ଭୂମିପୂଜନ

csstore

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ପଛପଟେ ନିର୍ମାଣ ହେବାକୁ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡେ଼ାର ଷ୍ଟାଡ଼ିୟମର ରବିବାର ଭୂମିପୂଜା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୧୬ ତାରିଖ ଦିନ ଭର୍ବୁଆଲ ମୋଡ଼୍‌ରେ ଏହାର ଭିତ୍ତିପ୍ରସ୍ତର ଦିନ ଭର୍ବୁଆଲ ମୋଡ଼୍‌ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରବିବାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ଏହାର ଭୂମିପୂଜା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ଅଧିକାରୀ ଅର୍ଜୁନ ବେହେରା, ଯନ୍ତ୍ରୀ ସୁରେଶ ପାତ୍ର, ବଲାଙ୍ଗିର ଆଇପିଇ ଜ୍ୟୋତିପ୍ରକାଶ ପରିଡ଼ା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢେ଼ଇ, ଖେଳ ଶିକ୍ଷକ ବିନୋଦ ମହାପାତ୍ର, ଟୁକୁ ମହାନ୍ତି, ଅମିତ ପାଣିଗ୍ରାହୀ, କଣ୍ଟାବାଞ୍ଜି ଏସ୍‌ଡ଼ିପିଓ ହୃଷୀକେଶ ମେହେର, ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲ, ବିଜେଡ଼ି ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାନ, ବରିଷ୍ଠ ନେତା ଅଜୟ ଦାସ, ରାଜ୍ୟ ଉପସଭାପତି ଗୋପା ମହାନନ୍ଦ, ରାଜେନ୍ଦ୍ର ବେହେରା, ନଗର ସଭାପତି ଦେବାର ବାରିକ, ପିଙ୍କି ଖର୍ସେଲ, ବିଶାଲ ବେହେରା, ଦେବରାଜ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.