ମାନସିଂହ ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଦିବସ ଓ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସ୍ଵନକ୍ଷତ୍ର ଦିବସ ଓ ରାଜ୍ୟସ୍ତରୀୟ କବିତା ଆସର ୨୬ ଡିସେମ୍ବର ୨୦୨୧ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଆଦିକନ୍ଦ ସାହୁ, ଜ୍ଞାନଦୀପ ଅନୁଷ୍ଠାନ, ବ୍ରହ୍ମପୁରର ନିର୍ଦ୍ଦେଶକ ଡ଼ଃ. ଅଭିମନ୍ୟୁ ଜେନା, ବରଗଡ଼ର ସୁସାହିତ୍ୟିକ ପ୍ରେମାନନ୍ଦ ବେହେରା, ବିଶିଷ୍ଟ ସାହିତ୍ୟିକ ଲକ୍ଷ୍ମୀକାନ୍ତ ଦଳେଇ, ରାମଲେଙ୍କା ପୂର୍ବତନ ସରପଞ୍ଚ କିଶୋର ଚନ୍ଦ୍ର ବିଷୋୟୀ, ବ୍ରହ୍ମପୁରର ସୁସାହିତ୍ୟିକା ଶ୍ରୀମତୀ ଜୟନ୍ତୀ ବେହେରା, ଭୁବନେଶ୍ୱରର ବିଶିଷ୍ଟ ସାମ୍ବାଦିକ ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ସଭାପତି ବିଷ୍ଣୁପ୍ରସାଦ ଦଳେଇ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ଲଳିତ କୁମାର ସ୍ବାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ବାର୍ଷିକ ମୁଖପତ୍ର “ଏଇ ସହକାର” ପାଠକାର୍ପଣ କରାଯାଇଥିଲା । ମାନସିଂହ ସାହିତ୍ୟ ସଂସଦ ସଂଯୋଜନାରେ ପ୍ରେମାନନ୍ଦ ବେହେରାଙ୍କ କବିତା ପୁସ୍ତକ “ହେ ମହାବାହୁ”, ବିଦ୍ୟାଧର ଦଳବେହେରାଙ୍କ କବିତା ପୁସ୍ତକ ” ମହକ”, ଶ୍ରୀମତୀ ଭାରତୀ ହୋତାଙ୍କ କବିତା ପୁସ୍ତକ “ପ୍ରୀତିମଗ୍ନା”, ଶ୍ରୀମତୀ ନୀହାରିକା ପଣ୍ଡାଙ୍କ କବିତା ପୁସ୍ତକ “ପ୍ରଜ୍ଞା ପୀୟୂଷର ଆବେଗ ପରଶ”, ରାଧାମୋହନ ପୂଜାହାରୀଙ୍କ କବିତା ପୁସ୍ତକ “ସ୍ମରଣିକା”, ଇଂ ଅଜୟ ମହାପାତ୍ରଙ୍କ ଗଳ୍ପ ସଂକଳନ “ଅସବର୍ଣ୍ଣ”, ସୁରେଶ ଚନ୍ଦ୍ର ଚୌହାନଙ୍କ କାବ୍ୟ “ରଣସ୍ଵୀ” ଉନ୍ମୋଚନ ହୋଇଥିଲା । ଗଞ୍ଜାମର ତ୍ରିଧାରା ସାହିତ୍ୟ ସଂସଦ ସମ୍ପାଦକ, ତଥା ସୁସାହିତ୍ୟିକ ଲକ୍ଷ୍ମୀକାନ୍ତ ଦାସଙ୍କୁ “ମାନସିଂହ ସ୍ମୃତି ସମ୍ମାନ”, ନୂଆପଡ଼ା ଜିଲ୍ଲାର ଜଣାଶୁଣା ନାରୀକବି ଶ୍ରୀମତୀ ଭାରତୀ ହୋତାଙ୍କୁ “ମାନସିଂହ କବିତା ସମ୍ମାନ”, ଗଞ୍ଜାମର କବିତାଘର ସମ୍ପାଦକ, ଦକ୍ଷ ଶିକ୍ଷା ପ୍ରଶାସକ ତଥା ସୁସାହିତ୍ୟିକ ଭାଗିରଥୀ ବେହେରାଙ୍କୁ “ମାନସିଂହ ଗଳ୍ପ ସମ୍ମାନ”, ବନବିହାରୀ ପଟ୍ଟନାୟକ, ନରସିଂହ ବିଶ୍ବାଳ, ସଦାନନ୍ଦ ଗୌଡ଼ ଓ କିଶୋର ଚନ୍ଦ୍ର ବିଷୋୟୀଙ୍କୁ “ସାରସ୍ୱତ ସାଧକ ସମ୍ମାନ” ଏବଂ ବିଷ୍ଣୁପ୍ରସାଦ ଦଳେଇଙ୍କୁ “ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନୀତ କରାଗଲା । ଦ୍ବିତୀୟ ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବରେ କାଶୀନାଥ ଜେନା, ଦାଶରଥି ପଢ଼ିଆରୀ ଏବଂ ଶ୍ରୀମତୀ ସୌଦାମିନୀ ମିଶ୍ରଙ୍କ ବଳିଷ୍ଠ ସଂଯୋଜନାରେ ଓଡ଼ିଶାର ବିଭିନ୍ନ ପ୍ରାଙ୍ଗଣରୁ ଶତାଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । ସହସମ୍ପାଦକ ସହଯୋଗ କରିଥିଲେ । ଶେଷରେ ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.