ଆନ୍ତଃଜିଲ୍ଲା ସାହାଣୀ କପ୍‌ ଫୁଟ୍‌ବଲ୍‌ ପାଇଁ ବଲାଙ୍ଗିର ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ୩୦ ତାରିଖରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃ ଜିଲ୍ଲା ସାହାଣୀ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ ୧୪ ଶୁକ୍ରବାରଠାରୁ ବଲାଙ୍ଗିରଠାରେ ଅନୁଷ୍ଠିତ ହେବ । ୪ଟି ଜୋନ୍‌ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମ, ଲୋଇସିଂହା ଷ୍ଟାଡିୟମ, ଆଗଲପୁର ପଡିଆ ଓ ଟିଟିଲାଗଡ ପଡିଆଠାରେ ଖେଳ ଗୁଡିକ ଅନୁଷ୍ଠିତ ହେବ । ସେମି ଫାଇନାଲ ଖେଳ ଓ ଫାଇନାଲ ଖେଳ ବଲାଙ୍ଗିର ଗାନ୍ଧୀଷ୍ଟାଡିୟମଠାରେ ହେବ । ଏହି ପରିପ୍ରେକ୍ଷିରେ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦର ଏକ ବୈଠକ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଦଳ ପାଇଁ ଡିସେମ୍ବର ୩୦ ତାରିଖ ଗୁରୁବାର ଦିନ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ଖେଳାଳୀ ଚୟନ କରାଯିବ । ଆଗ୍ରହୀ ଖେଳାଳୀମାନେ ସକାଳ ୧୦ ଘଣ୍ଟା ସମୟରେ ଚୟନ ଶିବିରରେ ଯୋଗଦେବାକୁ କ୍ରୀଡା ସଂସଦ ପକ୍ଷରୁ ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଅନୁରୋଧ ଜଣାଇଛନ୍ତି । ଏଥିପାଇଁ ଆଉ କୌଣସି ପତ୍ରାଳାପ କରାଯିବ ନାହିଁ । ତେଣୁ ପ୍ରତ୍ୟକ ଖେଳାଳୀ ନିଜ ନିଜ କିଟ ସହ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ରହିବାକୁ ଅନୁରୋଧ । ଚୟନ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ନିଷ୍ପତି ହୋଇଛି । ସଂସଦର ଫୁଟବଲ ସମ୍ପାଦକ ହେମନ୍ତ କୁମାର ବେହେରାଙ୍କୁ, ଡ. ସିଦେ୍ଧଶ୍ୱର ମିଶ୍ର, ପରାସର ବାଗ ଓ ଚଗଲା ପରିଚ୍ଛାଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.