ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତକୁ ବିରୋଧ : ବିଜେପି କର୍ମୀଙ୍କୁ ସଭାସ୍ଥଳରୁ ଉଠେଇ ନେଲା ପୋଲିସ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତକୁ କିଛି ବିଜେପି କର୍ମୀ ବିରୋଧ କରିବାରୁ ସଭାସ୍ଥଳ ପାଖରୁ ବିଜେପି କର୍ମୀଙ୍କୁ ଟେକିନେଲା ଫିରିଙ୍ଗିଆ ପୋଲିସ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବସଷ୍ଟାଣ୍ଡଠାରେ ହେବାକୁ ଥିବା ସଭା ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଫିରିଙ୍ଗିଆ ଗସ୍ତକୁ ବିରୋଧ କରିବାରୁ ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ଗୋଲକ କହଁରଙ୍କ ସହ ଅନ୍ୟ କିଛି ବିଜେପି କର୍ମୀଙ୍କୁ ପୋଲିସ ସଭାସ୍ଥଳରୁ ଉଠେଇ ନେଇ ଥାନାରେ ଅଟକ ରଖିଛି । ତବେ ସଭା ଆରମ୍ଭ ହେବା ଆଗରୁ ବିଜେପି କର୍ମୀମାନେ କଳାପତାକା ଧରି ପ୍ରତିବାଦ କରିବା ପାଇଁ ସଭାସ୍ଥଳକୁ ଧସେଇ ପଶୁଥିବା ବେଳେ ପୋଲିସ ସଭାସ୍ଥଳ ନିକଟରୁ ବିଜେପି ନେତା ଓ କର୍ମୀଙ୍କୁ ଉଠେଇ ନେଇଥିଲା ।

Leave A Reply

Your email address will not be published.