ଭରସାମ୍ୟ ହରାଇ ଇଟା ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ତରବାଡ଼ି ଗ୍ରାମ ନିକଟ ଏକ ଶଙ୍ଖ ବୁଲାଣିରେ ଭରସାମ୍ୟ ହରାଇ ଇଟା ବୋଝେଇ ଟ୍ରାକ୍ଟର ଓଲଟି ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମୃତକ ଜଣକ ହେଲେ ତରବାଡ଼ି ଗ୍ରାମର ପଡ଼ା ଗ୍ରାମ ଗାନ୍ଧାବାଡ଼ିର ଅକ୍ଷୟ ପ୍ରଧାନଙ୍କ ପୁଅ ବିରେନ୍ଦ୍ର ପ୍ରଧାନ(୧୭) ଅଟନ୍ତି । ଖବର ପାଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ସହ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି କେସ ନଂ-୨୧୫/୨୧ରେ ଏକ ମକଦ୍ଦମା ରୁଜୁକରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.