ଅଚିହ୍ନା ଶବକୁ ସମ୍ମାନର ସହ ଦାହ କଲା କଂଟାବାଂଜି ପୋଲିସ : ‘ଯାହାର କେହି ନାହିିଁ, ତାହାର ପୋଲିସ ଅଛି’ ନାରା ଦେଲେ ଏସ୍ଡ଼ିପିଓ ଡଃ. ହୃଷିକେଶ ମେହେର
କଂଟାବାଂଜି, (କେପିଏନ୍ଏସ୍) : ଅଚିହ୍ନା ଶବକୁ ସମ୍ମାନ ଦେଇ ଦାହ କରିଛି କଂଟାବାଂଜି ପୋଲିସ । ‘ଯାହାର କେହି ନାହିିଁ, ତା’ ପାଇଁ ପୋଲସ ଅଛି’ ନାରା ଦେଇ ଏସ୍ଡ଼ିପିଓ ଡଃ. ହୃଷିକେଶ ମେହେର ତଥା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସହରବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।
ସୂଚନା ଅନୁସାରେ ଗତ ୩ ଦିନ ତଳେ କଂଟାବାଞ୍ଜି ଡାକ୍ତରଖାନାରେ ଜଣେ ଅଚିହ୍ନା ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅଥଚ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ସଂପୃକ୍ତ ଅଚିହ୍ନା ବୃଦ୍ଧାଙ୍କ ମୃତଦେହକୁ ବି ଯଥେଷ୍ଟ ସମ୍ମାନ ଦେଇଛି କଂଟବାଂଜି ପୋଲିସ । କଂଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରୀ ଡଃ. ମେହେରଙ୍କ ତତ୍ତ୍ୱାବଧାବରେ ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ମୃତଦେହକୁ କାନ୍ଧେଇ ସହର ମୁଖ୍ୟ ରାସ୍ତା ଦେଇ କଂଟାବାଞ୍ଜି ଶ୍ମଶାନ ଘାଟକୁ ନେଇଯାଇଥିଲେ ଓ ସେଠାରେ ସମ୍ମାନର ସହ ବୃଦ୍ଧାଙ୍କ ଶବ ଦାହ କରିଥିଲେ ।