ପ୍ରଥମ ବଲାଙ୍ଗିର ଓପନ୍‌ ଷ୍ଟେଟ୍‌ ଫାଏଡ଼୍‌ ରେଟିଂ ଚେସ୍‌ ଟୁର୍ଣ୍ଣାମେଂଟ ଆସନ୍ତା ୨୩ରୁ ୨୬

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ବଲାଙ୍ଗିର ଓପନ୍‌ ଷ୍ଟେଟ୍‌ ଫାଏଡ଼୍‌ ରେଟିଂ ଚେସ୍‌ ଟୁର୍ଣ୍ଣାମେଂଟ ଆସନ୍ତା ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସୁଦପଡ଼ା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ ବୋଲି ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ୍‌ ପକ୍ଷରୁ କୁହାଯାଇଛି । ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ୍‌ର ସଭାପତି ଶୁକଦେବ ଗୁରୁ, ସଂପାଦକ ପ୍ରିୟବ୍ରତ ପଣ୍ଡା, ଉପସଭାପତି ବିଶ୍ୱରଂଜନ ଡାକୁଆ, ଯୁଗ୍ମ ସଂପାଦକ ସରୋଜକାନ୍ତ ବେହେରା, କୋଷାଧ୍ୟକ୍ଷ ରାକେଶ ରଂଜନ ପାଣିଗ୍ରାହୀ ଓ ଅନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେସ୍‌ ପ୍ରତିଯୋଗିତାକୁ ନେଇ ବିଶେଷ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.