କରୋନା ସଂକ୍ରମଣ ପୁନର୍ବାର ଚିନ୍ତା ବଢ଼ାଇଲା : ଗତକାଲି ତୁଳନାରେ ସଂକ୍ରମଣ ମାମଲା ୧୪.୨ ପ୍ରତିଶତ ବୃଦ୍ଧି ପାଇଛି, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି
ନୂଆଦିଲ୍ଲୀ : ଓମିକ୍ରନର ଧମାକା ମଧ୍ୟରେ କରୋନା ମାମଲା ପୁଣି ଥରେ ଉପରମୁହାଁ ହେବାକୁ ଲାଗିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୭,୯୭୪ଟି ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୧୪.୨ ପ୍ରତିଶତ ଅଧିକ । ଏଥି ସହିତ, ଏହି ସମୟ ମଧ୍ୟରେ ୩୪୩ ଜଣଙ୍କର ମୃତ୍ୟୁ ଘଟିଛି, ଯାହା ଗତକାଲି ପ୍ରକାଶିତ ସଂଖ୍ୟାଠାରୁ ୯୬ ଅଧିକ । ଅବଶ୍ୟ ଏହି ସମୟ ମଧ୍ୟରେ ୭,୯୪୮ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବର୍ତ୍ତମାନ ଦେଶରେ ମୋଟ ୮୭,୨୪୫ ସକ୍ରିୟ ରୋଗୀ ରହିଛନ୍ତି । ଦେଶରେ ବତ୍ର୍ତ୍ତମାନ ପର୍ଯ୍ୟନ୍ନ୍ତ ୩,୪୧,୫୪,୮୭୯ ଲୋକ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଯଦି ଆମେ ସମୁଦାୟ ମୃତକଙ୍କ ବିଷୟରେ ଆଲୋଚନା କରିବା, ତେବେ ଏହା ୪,୭୬, ୪୭୮କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩୫ କୋଟିରୁ ଅଧିକ ଡୋଜ ଟୀକା ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୪୦୦୬ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୨୫ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ଦିନ ମଧ୍ୟରେ କେରଳରେ ୨୦୦୦ରୁ ଅଧିକ ମାମଲା ବୃଦ୍ଧି ପାଇଛି ।