ମଦନପୁରରେ ଧାନ ମଣ୍ଡିର ଶୁଭାରମ୍ଭ : ସ୍ୱୟଂ ସହାୟକ ଗୋଷ୍ଠୀ କିଣିବେ ଧାନ

csstore

କଳାହାଣ୍ଡି, (ପି. କେ. ସାହୁ) : ମ. ରାମପୁର ବ୍ଲକ ମଦନପୁରଠାରେ ଆଜି ଶୁକ୍ରବାର ଧାନ ମଣ୍ଡି ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଟୀର ସମସ୍ତ ସଦସ୍ୟ ସମେତ ଆର୍‌ଏମ୍‌ସି ଦକ୍ଷ୍ୟ ତାଲିମ ଦାତା ଜଗନ୍ନାଥ ସୁନା, ମିଶନ ଶକ୍ତି ବ୍ଲକ ସଂଯୋଜକ ସତ୍ୟବାନ ସାହୁ, କୃଷି ସମବାୟ ସମିତିର ସମ୍ପାଦକ ରିତେଶ ମହାନନ୍ଦ, କୃଷି କର୍ମଚାରୀ ବୁଦ୍ଧଦେବ ସାହୁ, ପଂଚାୟତ ସ୍ତରୀୟ ମହାସଂଘର ଏମ୍‌ବିକେ ମୋହନପ୍ରିୟା ଭୋଇ, ଏଜେଣ୍ଟ ଆକାଶ ଶର୍ମା, ସମାଜ ସେବୀ ହରି ମହାନନ୍ଦ, ସତ୍ୟବ୍ରତ ପରିଡ଼ା ଓ ଆର୍‌ଏମ୍‌ସିରୁ ସଞ୍ଜୟ ମିଶ୍ର ଉପସ୍ଥିତ ଥିବା ବେଳେ ଆସନ୍ତା କାଲି ଠାରୁ ଧାନ କିଣା ଆରମ୍ଭ ହେବ ବୋଲି ଏମ୍‌ବିକେ ମୋହନପ୍ରିୟା ଭୋଇ କହିଛନ୍ତି ।

Leave A Reply

Your email address will not be published.