ପାଣି ପମ୍ପ ଚୋରି ଘଟଣାର ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଚଟିଆପାଲିରେ ପାଣି ପମ୍ପ ଚୋରି ଘଟଣାର ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ରାଜେନ୍ଦ୍ର କଲେଜ୍ ଛକର ରିଙ୍କୁ କୁମାର । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏଡ଼ିପିଓ ତୁଫାନ ବାଗ । ପୋଲିସ ସୂଚନା ଅନୁସାରେ ବୁଧବାର ରାତିରେ ଚଟିଆପାଲିରେ ନିର୍ମାଣାଧୀନ ଏକ ଘରୁ ପାଣି ପମ୍ପ ଚୋରି କରୁଥିଲେ ରିଙ୍କୁ କୁମାର୍ । ହେଲେ ଏ ସମୟରେ ପୋଲିସ ପେଟ୍ରୋଲିଂ ବେଳେ ଅଭିଯୁକ୍ତ ରିଙ୍କୁକୁ ଗିରଫ କରାଯାଇଛି ଏବଂ ତା’ଠାରୁ ଗୋଟିଏ ପାଣି ପମ୍ପ, ଦୁଇଟି ପାଣି ପାଇପ ଓ ଏକ କଟର ଜବତ୍ କରାଯାଇଛି । ହେଲେ ଗିରଫ ରିଙ୍କୁ କୁମାର୍‌କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସଦର ଏସଡିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.