ସାବଧାନ : ଆସୁଛି ଓମିକ୍ରନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ ଏବେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ ତାର ଉପସ୍ଥିତି ଜାହିର୍‌ କରି ସାରିଲାଣି । କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଓମିକ୍ରନ୍‌ ଡେଲ୍‌ଟା ଭାରିଆଣ୍ଟ ଠାରୁ ୬ ଗୁଣ ଅଧିକ ସଂକ୍ରାମକ ହୋଇପାରେ । ଓଡ଼ିଶାର ନିକଟତମ ରାଜ୍ୟରେ ମଧ୍ୟ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇ ସାରିଥିବା ଗଣମାଧ୍ୟମରୁ ଜଣାପଡୁଛି । ଏଭଳି ସ୍ଥିତିରେ ବଲାଙ୍ଗିରବାସୀ ସଚେତନ ହେବା ନିହାତି ଆବଶ୍ୟକ । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପରିଧାନ କରିବା ସହ ବାରମ୍ବାର ସାନିଟାଇଜର୍‌ ବ୍ୟବହାର କରିବା ନିହାତି ଦରକାର । କରୋନାର ଦ୍ୱିତୀୟ ଲହର ବଲାଙ୍ଗିର ଜିଲ୍ଲାରେ ବେଶ୍‌ ଉତ୍‌ପାତ୍‌ ଦେଖାଇଛି ତଥା ଅସମ୍ଭାଳ ଧନ ଜୀବନ ନଷ୍ଟ କରିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ହେବା ବାଞ୍ଛନୀୟ ।

Leave A Reply

Your email address will not be published.