jayashree

ଏନ୍‌.ପି.ଏସ୍‌ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଏନ୍‌.ପି.ଏସ୍‌ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ନୂତନ ପେନ୍‌ସନ୍‌ ଯୋଜନା ପ୍ରତିବଦଳରେ ପୁରୁଣା ପେନ୍‌ସନ୍‌ ଯୋଜନା କାର୍ଯ୍ୟକାରୀ କରିବା ଦାବୀ ନେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ସଚିବ, ମୁଖ୍ୟ ଶାସନ ସଚିବ ଓ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଛଅ ବର୍ଷର ଠିକା କାର୍ଯ୍ୟକାଳର ବିବରଣୀକୁ ଇ-ସେବା ପୁସ୍ତିକାରେ ଲିପିବଦ୍ଧ କରିବା ପାଇଁ ତଥା ୨୦୧୪ ମସିହା ଜାନୁୟାରୀ ୧୭ ତାରିଖର ପରିପତ୍ର ସଂଖ୍ୟା ୧୩୦ ଅନୁସାରେ ଠିକା କର୍ମଚାରୀଙ୍କୁ ଦିଆଯାଇଥିବା ସୁବିଧା ସୁଯୋଗକୁ କାର୍ଯ୍ୟକାରୀ କରିବା, ଗତ ୨୦୨୦ ମସିହାର ସେପ୍ଟେମ୍ବର ମାସରେ ପଦୋନ୍ନତି ପାଇଥିବା ଏନ.ପି.ଏସ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କର ପଦୋନ୍ନତି ଜନିତ ଦରମା ବୃଦ୍ଧି ଶୀଘ୍ର ଲାଗୁ କରିବା ପାଇଁ ଓ ଉକ୍ତ ପ୍ରଧାନ ଶିକ୍ଷକମାନଙ୍କ ସହିତ ନୂତନ ପେ ଫିକ୍ସସେସନ ଶୀଘ୍ର କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଏନ.ପି.ଏସ୍‌ ଶିକ୍ଷକ ସଂଘ ସଭାପତି ରାଜକିଶୋର ଭୋଇ ଓ ବିର କିଶୋର ସୁନା, ହେମନ୍ତ ବାରିକ, ସଦା ଭୋଇ, ଦୂତି ରଂଜନ ମହାଲିଙ୍ଗ, ନରେଶ ଚନ୍ଦ୍ର ଦ୍ୱାରି, ସୁରେଷ ବାରିକ, ଅଶ୍ୱିନୀ ଷଡଙ୍ଗୀ ପ୍ରମୁଖ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.