jsm

ଶିଶୁ ଦିବସରେ ଚାଇଲଡ଼ ଲାଇନ୍ ସେ ଦୋସ୍ତି ସପ୍ତାହର ଶୁଭାରମ୍ଭ

csstore

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଚାଇଲଡ଼ ଲାଇନ୍ ତରଫରୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହଠାରେ ‘ଚାଇଲଡ଼ ଲାଇନ୍ ସେ ଦୋସ୍ତି’ ସପ୍ତାହ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଶିଶୁଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ନେଇ ଏକକ ଅଭିନୟ ପ୍ରତିଯୋଗିତା କରାଯାଇଥିଲା ଓ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ପ୍ରଥମ, ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗିକୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଆୟୋଜିତ ଉଦ୍‌ଯାପନ ସଭାକୁ ଚାଇଲ୍ଡଲାଇନ୍ ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରଶ୍ମିତା କରଣ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଥାନା ଇନିସପେକ୍ଟର ରଚିତା ମାଡକାମି, ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ଚାଇଲ୍ଡଲାଇନ୍‌ର ସଂଯୋଜିକା ଶ୍ରୀମତୀ ରଞ୍ଜିତା କମ୍ପ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଶିଶୁମାନେ ଅତିଥିମାନଙ୍କୁ ଦୋସ୍ତିର ଡୋରି ବାନ୍ଧିଥିଲେ । ଚାଇଲ୍ଡଲାଇନ୍ ଟିମ୍ ମେମ୍ବର ଶିବଶଙ୍କର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟିମ୍ ମେମ୍ବର ଦିଲ୍ଲିପ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଅନୁଷ୍ଠାନର ଛାତ୍ରୀ ସୁଶ୍ରୀ ମାମଲି ପାତ୍ର ଏକକ ଅଭିନୟ ପ୍ରତିଯୋଗିତା ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.