ଡୁମାଲ ସମାଜ କନ୍ଦାଜୁରୀ କେନ୍ଦ୍ର ସାଙ୍ଗଠନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ମାହେଶ୍ୱରୀ ପୀଠରେ ଜିଲ୍ଲା ଷାଠିଏ ଘର ଡୁମାଲ ସମାଜ କନ୍ଦାଜୁରୀ କେନ୍ଦ୍ରର ସାଙ୍ଗଠନିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ କନ୍ଦାଜୁରୀ କେନ୍ଦ୍ର ସଭାପତି କୁଚୁଂ ମେର୍ଲି ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲା ସଭାପତି ଲମ୍ବୋଦର ମହାକୁର ମୁଖ୍ୟ ଅତିଥି, ଆଇନ ପରାମର୍ଶ ଦାତା ଜଗନ୍ନାଥ କରଣ ମୁଖ୍ୟବକ୍ତା, ଜିଲ୍ଲା ସଂପାଦକ ଇନ୍ଦ୍ରମଣୀ ବାରିକ, ଖବରଦାତା ସୁଶାନ୍ତ ବାରିକ, ମିନକେତନ ଡାଙ୍ଗ, ବୃଷଭ ଦନ୍ତା, ଶଶି ମହାକୁର, ଲିଙ୍ଗରାଜ ମେର୍ଲି, ଚୁଡାମଣୀ କଲତା, ଗିରଧାରୀ ଖଣ୍ଡଗିରୀ, ଅମରିଶ ପଧାନ, ଟେଙ୍ଗନୁ ବଘାର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାକୁର ସମାଜର ଏକତା ଓ ସଂହତି ସ୍ଥାପନ ହୋଇ ପାରିବ ସେ ଦିଗରେ ଗୁରୁତ୍ୱରୋପ କରିଥିଲେ । ମୁଖ୍ୟବକ୍ତା ଶ୍ରୀ କରଣ ସମାଜର କିପରି ସାମଗ୍ରିକ ବିକାଶ ହୋଇ ପାରିବ ସେ ଦିଗରେ ମତବ୍ୟକ୍ତ କରିଥିଲେ । ଅଧିକାର ହାସଲ ପାଇଁ ଗ୍ରାମ୍ୟ ସ୍ତରରେ ସଙ୍ଗଠିତ ହେବାକୁ ଆହ୍ୱାନ ଦେଇଥିଲେ । ବୈଠକରେ ଉପସ୍ଥିତ କେନ୍ଦ୍ର ଅଧୀନସ୍ଥ ବୁର୍ଡା, କନ୍ଦାଜୁରୀ, କର୍ଲିପାଟ, ଦୁମଦୁମି, ପଣ୍ଡରାଣୀ ଗ୍ରାମ୍ୟ କମିଟି କର୍ମକର୍ତ୍ତା ଏବଂ ସଦସ୍ୟମାନେ ସ୍ୱକୀୟ ମତବ୍ୟକ୍ତ ରଖିଥିଲେ । କେନ୍ଦ୍ର ସମ୍ପାଦକ ଡାକ୍ତର ଥାର୍ଟି ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁକୁନ୍ଦ ମୁରାରି ପଧାନ ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.