lika

ବଲାଙ୍ଗିର ଏନ୍‌ପିଏସ୍‌ ସଂଘର କର୍ମକର୍ତ୍ତା ଚୟନ : ରାଜକୁମାର ହେଲେ ସଭାପତି ଓ ବୀର ହେଲେ ସଂପାଦକ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଓଡିଶା ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ଏନ୍‌ପିଏସ୍‌ ଶିକ୍ଷକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ସହିତ ୨୦୦୪ ମସିହାରୁ ସରକାରୀ କର୍ମଚାରୀଙ୍କ ଠାରେ ଲାଗୁ ହୋଇଥିବା ନୂତନ ପେନ୍‌ସନ୍‌ ଯୋଜନାକୁ ସମ୍ପୁର୍ଣ୍ଣ ଭାବେ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ଯୋଜନାକୁ ଲାଗୁ କରିବା, ୬ ବର୍ଷର ଚୁକ୍ତିଭିତ୍ତିକ ସମୟକୁ ଚାକିରିରେ ଯୋଗ କରିବା ପ୍ରଭୃତି ଦାବୀ ଉପରେ ଆଲୋଚନା କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ନୂତନ କର୍ମକର୍ତ୍ତା ଚୟନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସର୍ବ ସମ୍ମତିକ୍ରମେ ରାଜକୁମାର ଭୋଇ ସଭାପତି ଭାବେ ଓ ବୀର ସୁନା ସମ୍ପାଦକ ଭାବେ, ଉପସଭାପତି ଭାବେ ହେମନ୍ତ ବାରିକ, ମୋନାଲିସା ମହାପାତ୍ର, ଯୁଗ୍ମ ସଂପାଦକ ଭାବେ ରଶ୍ମିରାଣୀ ଦାଶ, କୋଷାଧ୍ୟକ୍ଷ ଭାବେ ଭକ୍ତ ନାଏକ ମନୋନୀତ ହୋଇଥିଲେ । ଶିକ୍ଷକ ହେମନ୍ତ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର, ଦ୍ୟୁତି ରଂଜନ ମହାଲିଙ୍ଗ, ବୀର ସୁନା, ନରେଶ ଦ୍ୱାରୀ, ଡୋଳାମଣି ସାହୁ, ନବଘନ ସାହୁ, ରାମ ନାରାୟଣ ଦାଶ, ବିନୋଦ ମିଶ୍ର ପ୍ରମୁଖ ଶିକ୍ଷକ ମଂଚାସୀନ ଥିଲେ । କାର୍ଯ୍ୟକ୍ରମର ସଂଯୋଜନା ରାଜ କୁମାର ଭୋଇ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଭକ୍ତ ନାଏକ । କାର୍ଯ୍ୟକ୍ରମରେ ୧୪ଟି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ରାଜ୍ୟ ଏନ୍‌ପିଏସ୍‌ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବଲାଙ୍ଗିର ଗସ୍ତ କରିବା ସମୟରେ ଜିଲ୍ଲା ଶିକ୍ଷକମାନଙ୍କ ସହ ସରକାରଙ୍କୁ ଉପରୋକ୍ତ ଦାବୀ ପୂରଣ ଦିଗରେ ଅବଗତ କରାଇବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଅରବିନ୍ଦ କୁମ୍ଭାର, ଯଦୁମଣି ବଗର୍ତ୍ତି, ତେଜସ୍ୱି ରଥ, ଦେବାଶିଷ ମେହେର, ସତ୍ୟ ବିଶ୍ୱାଲ, ଅନାକାର ସାହୁ, ପ୍ରେମଲାଲ କୁମ୍ଭାର, ଉତ୍ତମ ସାହୁ, ସନାତନ ପୁରୋହିତ, ଦେବାଶିଷ ବିଶି, ସୁରେନ୍ଦ୍ର ମଲ୍ଲିକ, ପର୍ଶୁରାମ ସାହୁ, ରଶ୍ମିତା ନାୟକ, ପୂର୍ଣ୍ଣିମା ମେହେର, ବ୍ରାହ୍ମଣି ଦିପ, ସତ୍ୟପ୍ରୀୟା ନନ୍ଦ, ପୁଷ୍ପାଞ୍ଜଳି କିଶାନ, ରାୟଗୁପ୍ତା ବିଶ୍ୱାଲ, ସର୍ଜନ ପାତ୍ର, ଶ୍ୟାମ ପ୍ରଧାନ, ମାୟାଧର ଦଲେଇ, ତାପସ କୁଅଁର, ରଂଜିତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

sandip
Leave A Reply

Your email address will not be published.