pakka

ବଲାଙ୍ଗିର ଦିନ ପାଇଁ ଲୋଗୋ ଉନ୍ମୋଚିତ : ଦିବସ ପାଇଁ ଏକାଠି ହେଲେ କଳାକାର ଓ ବୁଦ୍ଧିଜୀବୀ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ପ. ଏକାଡେମି ସଭାଗୃହରେ ଆସନ୍ତା ନଭେମ୍ବର ୧ ବଲାଙ୍ଗିର ଦିନ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିରର ବୁଦ୍ଧିଜୀବୀ, କବି କଳାକାର ଓ ବିଭିନ୍ନ ଅନୁଷ୍ଠାନ ୟୁଥ ଏକ୍ସନ କମିଟି, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ସ୍ମାଇଲ ଫର ଅଲ ଫାଉଣ୍ଡେସନ, ମାହେଶ୍ୱରୀ, ପଞ୍ଚମ, ଢୋଲ ମହୁରି କଳା ପରିଷଦ, ପଶ୍ଚିମ ଓଡିଶା ଯୁବାମଞ୍ଚ, ନଟରାଜ କଳା ପରିଷଦ, ତହଁକ କୁଟୁମ, ନାରୀ ଶକ୍ତି ଫାଉଣ୍ଡେସନ, ଅବସରପ୍ରାପପ୍ତ ସୈନିକ ସଂ, ଦୁଲଦୁଲି କଳା ପରିଷଦ, ସାଙ୍ଗାମାପା, ତୁଳସି ନାଟ୍ୟ କଳା ପରିଷଦ, କୋସଲି ଫୋକ୍‌ ଏକାଡେମି ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା, କଳାକାରମାନଙ୍କୁ ସାମିଲ କରି ସେମାନଙ୍କ କଳା ପ୍ରଦର୍ଶନ, ବଲାଙ୍ଗିର ଐତିହକୁ ନେଇ ଏକ ପତ୍ରିକା ଇତ୍ୟାଦି କାର୍ଯ୍ୟକ୍ରମ ମାନ କରି ଏହି ଦିନକୁ କେମିତି ଆହୁରି ପ୍ରଚାର ପ୍ରସାର କରାଯାଇପାରିବ ତାହା ଉପରେ ମତ ରଖିଥିଲେ । ଶେଷରେ ବଲାଙ୍ଗିର ଦିନର ଲଗୋକୁ ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର ଉନ୍ମୋଚିତ କରିଥିବା ବେଳେ ଅଚ୍ୟୁତ ପୁରୋହିତ, ପ୍ରଭାକର ମିଶ୍ର, ପ୍ରକାଶ ରଥ, ନୂତନ ଦାଶ, ସୋମନାଥ ମିଶ୍ର, ଜୟକୃଷ୍ଣ ମିଶ୍ର, ନୂତନ ମିଶ୍ର, ଶୁଭମ୍‌ ଅଗ୍ରୱାଲ କାହ୍ନା ଶତପଥି, ରାମ ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଅଙ୍କୁଶ ପାଣ୍ଡିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଶାନ୍ତ ମହାକୁର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିନୋଦ କାଲସାଏ ସଭାକୁ ପରିଚାଳନା କରିଥିଲେ ଓ ଶେଷରେ କବି ଅର୍ଜୁନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

twenty − 18 =

error: Content is protected !!