ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ନିମନ୍ତେ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (ଏମ.ପି.ଏଚ.ଡବ୍ଲୁ -ଫିମେଏଲ) ପ୍ରିୟଦର୍ଶିନୀ ପାଢୀଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ଦାବୀ ନେଇ ଗତକାଲି ରଙ୍ଗିପୁର ଏବଂ ହଳଦିଆପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଗ୍ରାମଗୁଡିକରେ କାର୍ଯ୍ୟରତ ଥିବା ଆଶାକର୍ମୀ ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସେମାନେ କହିଛନ୍ତି ଯେ, କେଲୁଆପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରଙ୍ଗିପୁର ଉପକେନ୍ଦ୍ରରେ ଦୀର୍ଘଦିନ ଧରି ଉତ୍ତମ ରୂପେ କାର୍ଯ୍ୟ ସମ୍ପାଦନ କରିଅଛୁ । ଏହି କେନ୍ଦ୍ରରେ ଶ୍ରୀମତୀ ପାଢୀଙ୍କ ସହଯୋଗରେ ନିରନ୍ତର ସ୍ୱାସ୍ଥ୍ୟ ସେବା ଆମ୍ଭ ମାନଙ୍କୁ ପ୍ରେରଣା ଦାୟୀ ଏବଂ ଉତ୍ସାହକର ଅଟେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରର କିଛି କୁଚକ୍ରୀ ବ୍ୟକ୍ତି ବିଶେଷକରି ନିଜର ସ୍ୱାର୍ଥ ସାଧନ ନିମନ୍ତେ ଶ୍ରୀମତୀ ପାଢୀଙ୍କୁ ଅନ୍ୟତ୍ର ବଦଳି କରିବାରେ ସମର୍ଥ ହୋଇଛନ୍ତି । ଆମ୍ଭମାନଙ୍କର ନିରାପତ୍ତା ଏବଂ ସହଯୋଗ ତଥା ଆବଶ୍ୟକ ପରାମର୍ଶ ନିମନ୍ତେ ଶ୍ରୀମତୀ ପାଢୀଙ୍କ ଅନ୍ୟତ୍ର ବଦଳିକୁ ଗ୍ରହଣ କରିପାରୁନାହୁଁ । ସମସ୍ତ ଜନସାଧାରଣ ଏବଂ ଆଶା କର୍ମୀମାନଙ୍କ ସ୍ୱାର୍ଥ ସାଧନ ନିମନ୍ତେ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ପ୍ରିୟଦର୍ଶନୀ ପାଢୀଙ୍କୁ ଅନ୍ୟତ୍ର ବଦଳି ନକରି ପୁନଃ ଅବସ୍ଥାପିତ କରିବା ନିମନ୍ତେ ଆଶାକର୍ମୀ ମାନେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଆଶାକର୍ମୀ ରଶ୍ମିତା ହୋତା, ଗାୟତ୍ରୀ ପ୍ରଧାନ, କାମିନୀ ବସ୍ତିଆ, ଏ. ମୋହିନୀ ଦେବୀ, କବିତା ବେହେରାଙ୍କ ସମେତ ବହୁ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.