lika

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ନିଶ୍ଚିତ ଭାବରେ ରାଜ୍ୟ ସରକାର ଧନ୍ୟବାଦର ପାତ୍ର : ନରସିଂହ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ନିଶ୍ଚିତ ଭାବରେ ରାଜ୍ୟ ସରକାର ଧନ୍ୟବାଦର ପାତ୍ର ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । କିନ୍ତୁ କଥା ଓ କାର୍ଯ୍ୟରେ ଠିକ ଭାବେ ଏହାର କାର୍ଯ୍ୟକାରୀ ହୋଇପାରିଲେ ହିଁ ଗରିବ ଲୋକେ ଏହାର୍ ଲାଭ ପାଇବେ ବୋଲି ଶ୍ରୀ ମିଶ୍ର ମତ ରଖିଛନ୍ତି । ୨୦୧୪ ପରେ ବଲାଙ୍ଗିରରେ ନିଶ୍ଚିତ ଭାବେ ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦି ୨୦୧୪ର ଅନେକ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରିଥାନ୍ତା, ତେବେ ହୁଏତ ବଲାଙ୍ଗିର ଆଜି ରାଜ୍ୟର ଏକ ଅତି ବିକଶିତ ଜିଲ୍ଲା ଭାବେ ଉଭା ହୋଇପାରିଥାନ୍ତା ବୋଲି ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ବଲାଙ୍ଗିରର ପ୍ରତିନିଧି ଭାବରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବି, କଣ୍ଟାବାଞ୍ଜି ଠାରେ ଥିବା ରେଳ ବିଭାଗ ଜମିରେ ବେରୋଜଗାର ସମସ୍ୟାର ଦୂରୀକରଣ ପାଇଁ ରେଳ ଡବା ମରାମତି କାରଖାନା ନିର୍ମାଣ କରାନ୍ତୁ । ନଚେତ ଆମ ଅଂଚଳର ବେରୋଜଗାର ଯୁବକ କ୍ରାନ୍ତିର ପନ୍ଥା ଅବଲମ୍ବନ କରି ପାରନ୍ତି । ବଲାଙ୍ଗିରବାସୀଙ୍କ ବହୁ ପ୍ରତିକ୍ଷୀତ ଦାବୀ ଲୋୟର ସୁକତେଲ, ବାଇପାସ, ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଅନୁଦାନ ପାଇ ଥିବା ମହାରାଣୀ ସାଗର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଇବା ତଥା ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ପାଇଁ ୧୫୦ ଏକର ଜମି, ଭୂମିହୀନଙ୍କୁ ଘର ଡୀହ, ସ୍କୁଲ କଲେଜରେ ଖାଲି ଥିବା ପଦବୀ ପୂରଣ, ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, ହାଇକୋର୍ଟ ବେଞ୍ଚ ଦାବୀ, ଡବ୍ଲ୍ୟୁଓଡିସି ମୁଖ୍ୟାଳୟ ବଲାଙ୍ଗିରରେ ସ୍ଥାପନ, ବିଭିନ୍ନ ଧର୍ମର ପୂଜାସ୍ଥଳୀ ମାନଙ୍କୁ ଅନୁଦାନ ପ୍ରଦାନ ସହ ପର୍ଯ୍ୟଟନ କ୍ଷେତ୍ରରେ ଭୀମ ଡୁଙ୍ଗୁରିକୁ ଅଧିକ ଅନୁଦାନ ଓ ଐତିହ୍ୟପୁର୍ଣ ରକ୍ଷଣିପୁର ଝରିଆଲକୁ ସ୍ୱତନ୍ତ୍ର ପ୍ୟାକେଜ, ଦେବୋତ୍ତର ଜମିର ବିକାଶ ପାଇଁ ଅନୁଦାନ ପ୍ରଦାନର ବ୍ୟବସ୍ଥା କରାନ୍ତୁ ବୋଲି ଦାବୀ ବାଢିଛନ୍ତି । ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିରବାସୀଙ୍କ ତରଫରୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପରୋକ୍ତ ଦାବୀ ସମ୍ବଳିତ ଅଭିଭାଷଣ ପ୍ରଦାନ କରିଛନ୍ତି ।

sandip
Leave A Reply

Your email address will not be published.