ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ ପାଇଁ ସଜେଇ ହୋଇଛି ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆସୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୧୦ଟା ୧୫ମି.ରେ ପାଦଦେବେ ବଲାଙ୍ଗିର ଜିଲ୍ଲାରେ । ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବା ପାଇଁ ସଜେଇ ହୋଇଛି ବଲାଙ୍ଗିର ସହର ସମେତ ଟିଟିଲାଗଡ଼ ତଥା ପାଟଣାଗଡ଼ ସହର । ବହୁ ପ୍ରତିକ୍ଷିତ ବଲାଙ୍ଗିର ବସ୍‌ ଟର୍ମିନାଲ୍‌ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବ । ସାରା ସହରରେ ପୋଲିସ ଛାଉଣୀ ଦେଖିବାକୁ ମିଳୁଛି । ଶୃଙ୍ଖଳା ରକ୍ଷା ପାଇଁ ବେଶ୍‌ ତତ୍ପର ହୋଇପଡ଼ିଛି ଜିଲ୍ଲା ପୋଲିସ୍‌ ପ୍ରାଶାସନ । ସେହିଭଳି ଜିଲ୍ଲା ପ୍ରଶାସନ ଫୁଲ୍‌ ଦମ୍‌ରେ ଅଂଟା ଭିଡ଼ିଛି ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ ପାଇଁ । ବିଜୁ ସ୍ୱାସ୍ଥ୍ୟ କାର୍ଡର ବଂଟନ ସହ ଆହୁରି ଅନେକ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ରାଜନୀତି ମାହୋଲ ବେଶ୍‌ ସରଗରମ ଜଣାପଡ଼ୁଛି । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନାରେ ତଥା ତାଙ୍କ କାର୍ଯ୍ୟକ୍ରମରେ କିଭଳି କୌଣସି ବି ଅଭାବ ରହିବ ନାହିଁ, ସେଥିପାଇଁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଘନଘୋର ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ମଧ୍ୟରେ ଯେଭଳି ତତ୍ପରତା ପରିଲକ୍ଷିତ ହେଉଛି, ସେଭଳି ରାଜନୀତିକ ଦଳ ମାନେ ମଧ୍ୟ ଚଂଚଳ ହୋଇ ଉଠିଛନ୍ତି ।

Leave A Reply

Your email address will not be published.