oom

କଂଗ୍ରେସର ମଣ୍ଡଳସ୍ତରୀୟ କର୍ମୀ ସମ୍ମିଳନୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାମଚନ୍ଦ୍ରପୁରଠାରେ କଂଗ୍ରେସର ମଣ୍ଡଳସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପିପିଲି ଉପନିର୍ବାଚନ ବୈତରଣୀ ପାରି ହେବା ପାଇଁ କଂଗ୍ରେସ ମୁଖିଆଙ୍କ ସମେତ ଦଳର ହେଭିେଓଟ୍‌ ନେତା ବୈଠକରେ ଯୋଗଦେଇ କର୍ମୀମାନଙ୍କ ମନୋବଳ ବଢାଇବାକୁ ଗୁରୁମନ୍ତ୍ର ଦେଇଛନ୍ତି । ବ୍ଲକ କଂଗେସ କମିଟି ସଭାପତି ରବିନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳୀୟ କର୍ମୀ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଜଂନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଜିଂବୀ ବିଶ୍ୱାଳ, ଏଆଇସିସି ସାଧାରଣ ସଂପାଦକ ରୁଦ୍ର ରାଜୁ, ଅଶୋକ ଦାସ, ନରାୟଣ ଜେନା, ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରତିକାନ୍ତ କାନୁନ୍‌ଗୋ, ଜିଲ୍ଲା ପ୍ରଭାରୀ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଉମାବଲ୍ଲଭ ରଥ, ପିପିଲିର ପ୍ରାକ୍ତନ ବିଧାୟକ ବିପିନ ଦାସ, କଂଗ୍ରେସ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର, ପ୍ରଦେଶ କଂଗ୍ରେସ କମିଟି ମହିଳା ସଂପାଦିକା ନିରୁପମା ପାତ୍ର, ବିଧାୟକ ଭୁଜବଳ ମାଝି ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପରାଗତା ସଂପର୍କରେ ବର୍ଷିଥିଲେ । ବିଗତ କଂଗ୍ରେସ ସରକାରଙ୍କ ସମୟରେ ଜନକଲ୍ୟାଣ ଯୋଜନା ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରଥିଲେ । ତେବେ ସମସ୍ତ ଭେଦଭାବ ଭୁଲି ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ କଂଗ୍ରେସ ନେତୃବୃନ୍ଦ କର୍ମୀମାନଙ୍କୁ ନିବେଦନ କରିଥିଲେ ।

jittmm
Leave A Reply

Your email address will not be published.