ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରି ବିଭିନ୍ନ ନଥିପତ୍ର ଯାଞ୍ଚ କରିଛନ୍ତି । କାର୍ଯ୍ୟାଳୟର ସ୍ମାର୍ଟ କାର୍ଡ ସେଣ୍ଟର ଠାରୁ ଆରମ୍ଭ କରି ବିଭିନ୍ନ କକ୍ଷ ବୁଲି ସେ ତଦାରଖ କରିଛନ୍ତି । ପାନୀୟ ଜଳ, ଶୌଚାଳୟ ଓ ଗାଡି ପାର୍କିଂ ଏବଂ ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୌଧୁରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ଏହି ଅବସରରେ ଏମଭିଆଇ ଶିବ ଶଙ୍କର ଚୌଧୁରୀଙ୍କ ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଆରଟିଓଙ୍କ ନିଜସ୍ୱ ପ୍ରକୋଷ୍ଠରେ ରହି କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର ଯାଞ୍ଚ କରିଥିଲେ ।