csstore

ପ୍ରତିଶୃତି ରକ୍ଷା କଲେ ଅଦ୍ରିଜା ମଞ୍ଜରୀ ସିଂହଦେଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲିରେ ଥିବା ଜରାଶ୍ରମକୁ ଗତ କିଛିଦିନ ଆଗରୁ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ସହଧର୍ମିଣୀ ଶ୍ରୀମତୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ଗସ୍ତ କରି ଶୀତଋତୁରେ ଶୀତବସ୍ତ୍ର ବଣ୍ଟନ କରିଥିଲେ ଓ ସେହି ସମୟରେ ଜରାଶ୍ରମ ନିବାସୀଙ୍କ ପାନୀୟଜଳ ସମସ୍ୟାକୁ ଦୂର କରିବା ପାଇଁ ଗୋଟିଏ ଡିପ୍ ବୋରୱେଲ ନିଜ ଖର୍ଚ୍ଚରେ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ, ଯାହାକି ଆଜି ତାକୁ ନିଜ ହସ୍ତରେ ଶୁଭ ଉଦଘାଟନ କରିଛନ୍ତି ଅଦ୍ରିଜା ମଞ୍ଜରୀ ସିଂହଦେଓ । ଏହି ଉଦଘାଟନ ଉତ୍ସବରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ବରିଷ୍ଠ ନେତା ଲକ୍ଷ୍ମଣ ମେହେର, ବ୍ଲକ ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ବରିଷ୍ଠ ନେତା ପ୍ରଦୀପ ସାହୁ, ବଲାଙ୍ଗିର ସାହାଜବାହାଲ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା, ବ୍ଲକ ଆଇଟି ସଂଯୋଜକ ସୁନିଲ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.