ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ହେଲ୍ପ ଡେସ୍କ ବ୍ୟବସ୍ଥାର ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଦେଶରେ ଏକକ ପିଜି ପ୍ରବେଶିକା ପରୀକ୍ଷା ନିମନ୍ତେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପରିସରରେ ହେଲ୍ପ ଡେସ୍କ ବ୍ୟବସ୍ଥାର ଆରମ୍ଭ କରାଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ତଥା ନୂଆପଡା ପର୍ଯ୍ୟବେକ୍ଷକ ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ଛାତ୍ର ନେତା ଆକାଶ ଗଡତିଆ, ରାଜେଶ ସାହୁ, ଶିବ ପ୍ରସାଦ ବିଶ୍ଵାଳ, ସଜିତ୍ ପଧାନ, ପ୍ରତୀକ ତ୍ରିପାଠୀ, ମୌସମ ମିଶ୍ର, ହିମାଂଶୁ ବାଗ ପମୁଖଙ୍କୁ ନେଇ ଛାତ୍ରଛାତ୍ରୀ ମାନଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି ମାସ୍କ ଏବଂ ସେନିଟାଇଜର ବାଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.