ପ୍ରଧାନମନ୍ତ୍ରୀଙ୍କ ଠାରେ ଜିଲ୍ଲା ଯାଦବ ସମାଜର ଦୃଢ ଦାବୀ : ଜାତିଭିତ୍ତିକ ଜନଗଣନା ସହ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଜନଗଣନା ୨୦୨୧ରେ ଓବିସି ଅନ୍ୟାନ୍ୟ ପଛୁଆ ବର୍ଗ ସହ ଜାତିଭିତ୍ତିକ ଜନଗଣନାକୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ବଲାଙ୍ଗିର ଜିଲ୍ଲା ଯାଦବ ସମାଜ ଜିଲା ପ୍ରଶାସନ ଠାରେ ଦାବୀ ଉପସ୍ଥାପନ କରିଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ଜାଲଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଯାଦବ ସମାଜ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀରେ ଦର୍ଶାଯାଇଥିଲା ଯେ, ଜାତିଭିତ୍ତିକ ଯାଦବ ଜାତି ସମଗ୍ର ଭାରତ ବର୍ଷରେ ବୃହତ୍ତମ ଜାତି ଯାହା ମୂଳତଃ ଦେଶରେ ବସବାସ କରିଆସୁଛନ୍ତି । ଆଭ୍ୟନ୍ତରୀୟ ଗଣନା ଅନୁଯାୟୀ ଯେଉଁମାନଙ୍କ ୨୨ କୋଟି ଓ ମଣ୍ଡଳ ଆୟୋଗ ଅନୁଯାୟୀ ଓବିସି ସଂଖ୍ୟା ୫୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହା ଉପରେ କୌଣସି ପ୍ରମାଣ ଭିତ୍ତିକ ତଥ୍ୟାବଳୀ ସରକାରୀ ଦପ୍ତରରେ ଆନୁଷ୍ଠାନିକ ଭାବେ ଉପଲବ୍ଧ ନାହିଁ । ଗତ ୨୦୧୮ ମସିହାରେ ତତ୍‌କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଜାତିଭିତ୍ତିକ ଜନଗଣନା କରିବାକୁ ସଂସଦରେ ଘୋଷଣା କରିଥିଲେ । ଏପ୍ରିଲ ୨୦୨୧ରେ ପଛୁଆ ବର୍ଗ ପାଇଁ ଜାତୀୟ ଆୟୋଗ ମଧ୍ୟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଜୁଲାଇ ୨୦୨୧ରେ ନିଜ ସରକାରରେ ଗୃହମନ୍ତ୍ରୀଙ୍କୁ ସରକାରଙ୍କ ପ୍ରକଳ୍ପ ବିଷୟରେ କୁହାଯାଇଥିଲା । ଯେଉଁଥି ପାଇଁ କେବଳ ଯାଦବ ଜାତି ନୁହେଁ, ସମଗ୍ର ଓବିସି ସମାଜ ଆଘାତପ୍ରାପ୍ତ ଓ ବ୍ୟଥିତ ମଧ୍ୟ । ତେଣୁ ୨୦୨୧ ଜନଗଣନାକୁ ଜାତିଭିତ୍ତିକ ଗଣନା କରିବା ସହ ଓବିସି ସମ୍ପ୍ରଦାୟର ଜାତିଭିତ୍ତିକ ଗଣନା କରିବାକୁ ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ତରଫରୁ ଦୃଢ ଦାବୀ କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ପ୍ରଦୀପ ସେଲମା, ଜଲ୍ଲା ଆବାହକ ମନୋଜ ହାତୀ, ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଦିଲିପ ରାଜପଲିଆ, ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ସହଦେବ ବାଗ, ବିନାୟକ ଭୋଇ, ଦିନେଶ ନାଗ, ତଥାଗତ କେତକି, ଦେବେନ୍ଦ୍ର ହାତୀ, ଭବାନୀ ନାଗ, ସନ୍ତୋଷ ବଗର୍ତ୍ତୀ, ଖରତ କୁମାର ରାଉତ, ଅରକ୍ଷିତ ଜୁଏଡ, ଅଷ୍ଟମୀ ବଗର୍ତ୍ତୀ, ପ୍ରଶାନ୍ତ ମହାକୁର, ସୁବାସ ବାଙ୍କ, ରାକେଶ କୁମାର ବାଙ୍କ, କ୍ଷମାସାଗର ବନଛୋର, ଶ୍ରୀୟାକାନ୍ତ ରାଉତ, ଅଭିଳାଷ ସେଲମା, ରଂଜନ କୁମାର ପୋଢ, ଲକ୍ଷ୍ମଣ ବଗର୍ତ୍ତୀ, ଆକୁଳ ବଗର୍ତ୍ତୀ, ମହେନ୍ଦ୍ର ବାଗ ଓ ଘାସିରାମ ଦୀପଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ତଥା ସହରର ୱାର୍ଡରୁ ଯାଦବ ସମାଜର ନେତୃବୃନ୍ଦ ଯୋଗଦେଇ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.