ସମାଜସେବୀଙ୍କ ହସ୍ତକ୍ଷେପ ପରେ ପ୍ରଭାକରଙ୍କୁ ମିଳିବ ଉନ୍ନତ ଚିକିତ୍ସା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ଗ୍ରାମ ପଞ୍ଚାୟତ ଅଧୀନ ଗରିଆପଦର ଗାଁର ପ୍ରଭାକର ବଗର୍ତି ସ୍ଵାସ୍ଥ୍ୟ ସମସ୍ୟା ହେତୁ ଘରର ଏକ କୋଣରେ ପଡି ରହିଥିଲେ । କେବଳ ତାଙ୍କର ସ୍ତ୍ରୀ ହିଁ ସାହା ଭରସା । ତାଙ୍କ ସ୍ତ୍ରୀ ସ୍ୱାମୀଙ୍କ ଉନ୍ନତ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ନେଇଥିଲେ ଚିକିତ୍ସା କରିବା ପାଇଁ ହେଲେ ଆର୍ଥିକ ଅବସ୍ଥା ହେତୁ ପୁଣି ଘରକୁ ଫେରାଇ ଆଣିଥିଲେ । ନିଜର ଜମି ବାଡ଼ି ବନ୍ଧକ ରଖି ଚିକିତ୍ସା କରିଥିଲେ ସୁଧା ଆଉ ଭଲ ହୋଇନଥିଲେ । ଏହି ଖବରକୁ କେସିଙ୍ଗାର ସ୍ବେଛାସେବୀ ମହୀପାଳ ଯାଦବ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇ କିଛି ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଏହି ସମସ୍ୟାକୁ ଯଶୋବନ୍ତ ରଣା କେସିଙ୍ଗା ବିଡ଼ିଓଙ୍କୁ ଜଣାଇ ଉନ୍ନତ ମାନର ଚିକିତ୍ସା ଓ ଭତ୍ତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ସମସ୍ୟା ବିଷୟରେ ଜାଣିବା ପରେ କେସିଙ୍ଗା ବିଡ଼ିଓ ଆଜି ପ୍ରଭାକର ବଗର୍ତିଙ୍କ ଘରକୁ ଆସି ତାଙ୍କୁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ପ୍ରଭାକରଙ୍କ ନା’ରେ ଏକ ଅନ୍ତୋଦୟ କାର୍ଡ କରିଦେବେ ଓ ତାଙ୍କର ଦିବ୍ୟାଙ୍ଗ ପ୍ରମାଣପତ୍ର ହେଲା ପରେ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ସହ ଏକ ହୁଇଲଚେୟାର ପ୍ରଦାନ କରାଯିବ ବୋଲି କହିଛନ୍ତି । ତାଙ୍କୁ କେସିଙ୍ଗା ହସ୍ପିଟାଲରେ ଆଡମିଟ କରିବାକୁ ସ୍ବେଛାସେବୀ ମାନଙ୍କୁ କହିଛନ୍ତି । ତାଙ୍କର ଚିକିତ୍ସାରେ ବିଡ଼ିଓ ସାର ସାହାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି ପ୍ରୟାସକୁ ଗ୍ରାମବାସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.