ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଗତକାଲି ଯଦିବି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ତା’ ପୂର୍ବଦିନ କିନ୍ତୁ ଜିଲ୍ଲାରେ ୧୩ ଜଣ ଚିହ୍ନଟ ହୋଇଥିଲେ । ଏଣୁ ଜିଲ୍ଲାବାସୀ ହୁସିଆର ରହିବା ଆବଶ୍ୟକ । ଅନେକ ଲୋକ ମାର୍କେଟ୍ରେ ମାସ୍କ ପିନ୍ଧୁ ନଥିବା ଦେଖିବାକୁ ମିଳୁଛି । ସାମାଜିକ ଦୁରତା ରକ୍ଷା କରିବା ତଥା ବାରମ୍ବାର ସାନିଟାଇଜର୍ ବ୍ୟବହାର କରିବା ଭଳି ପଦକ୍ଷେପ ମଧ୍ୟ ଏବେ ହାଲୁକା ହେବାରେ ଲାଗିଛି । ଏସବୁ ଦିଗରେ ଜିଲ୍ଲାବାସୀ ହୁସିଆର୍ ହେବା ନିହାତି ଆବଶ୍ୟକ । କରୋନା କଟକଣା ମାନି ଚଳିଲେ ନିଜକୁ ତଥା ମାନବ ସମାଜକୁ ଏକ ଅସମ୍ଭାଳ ସ୍ଥିତିରୁ ରକ୍ଷା କରାଯାଇ ପାରିବ ।