ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କ ମା’ସତ୍ୟଭାମା ପଣ୍ଡାଙ୍କ ୮୭ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତା ପଣ୍ଡାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ପରିବାର ବର୍ଗ, ବନ୍ଧୁବାନ୍ଧବ, ସ୍ଥାନୀୟ ଟିକ୍ରାପଡା ଅଞ୍ଚଳ ସମେତ ବଲାଙ୍ଗିରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସ୍ୱର୍ଗତା ପଣ୍ଡା ଜଣେ ଧର୍ମ ପରାୟାଣା ମହିଳା ଥିଲେ । ମୃତ୍ୟୁ ଶର୍ୟ୍ୟା ନିକଟରେ ଜ୍ୟୋଷ୍ଠ ପୁତ୍ର ଦ୍ୱାରିକା ପ୍ରସାଦ ପଣ୍ଡା, ଶରତ ପଣ୍ଡା, ହେମନ୍ତ ପଣ୍ଡା ଓ ପ୍ରଶାନ୍ତ ପଣ୍ଡା, ଜ୍ୱାଇଁ ଅଶୋକ ତ୍ରିପାଠୀ, ଅଶୋକ ଖମାରୀ ଆତ୍ମୀୟ ସ୍ୱଜନ, ବନ୍ଧୁବର୍ଗ ଉପସ୍ଥିତ ଥିବା ବେଳେ ବଲାଙ୍ଗିର ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଅପରାହ୍ନରେ ଶବାଧାରରେ ଡ. ଲକ୍ଷ୍ମୀକାନ୍ତ ମହାପାତ୍ର, ଡ.ସୁଷମା ମଞ୍ଜରୀ ନାଏକ, ଶତୃଘ୍ନ ସିଂ, ଶ୍ରୀନିବାସ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ମନୋରଂଜନ ଯୋଷୀ, ଓମ୍‌ ପ୍ରକାଶ ଚାନ୍ଦ, ସୁମନ୍ତ ଭୋଇ, ଜୟ ପ୍ରକାଶ ପୁରୋହିତ, ଘୁଣ୍ଡୁ ବରାଇ, ବିଶ୍ୱନାଥ ତ୍ରିପାଠୀ, ପିତବାସ ପଣ୍ଡା, ପ୍ରଶାନ୍ତ ମହାକୁରଙ୍କ ସମେତ ଘରୋଇ ବସ୍‌ ମାଳିକ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ବିଭୂତିପଡା ଶ୍ମଶାନରେ ଅନ୍ତିମ ସତ୍ସାର କରାଯାଇଥିବା ବେଳେ ବଡ ପୁଅ ଦ୍ୱାରିକା ପ୍ରସାଦ ମୁଖାଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.