ନାବାର୍ଡ ବରଗଡ଼ ପକ୍ଷରରୁ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ନାବାର୍ଡ ବରଗଡ ଆନୁକୂଲ୍ୟରେ ଅତାବିରା ବ୍ଲକ କନଫରେନ୍ସ ହଲ୍‌ ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପ୍ରଥମେ ୱେବ୍‌ ମିନାର ମାଧ୍ୟମରେ ନାବାର୍ଡ ଭୁବନେଶ୍ୱରକୁ ସଂଯୋଗ କରାଯାଇଥିଲା । ପରେ ହସ୍ତକଳା ବିଷୟରେ ଆଲୋଚନା କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀତା ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ପଧାନ, ବୟନ ଶିଳ୍ପ ବିଭାଗର ଉପ ନିର୍ଦ୍ଦେଶକ ଶିଶିର ନାଗ ଏବଂ ସମ୍ବଲପୁରୀ ବସ୍ତ୍ରାଳୟ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ପ୍ରଧାନ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ନାବାର୍ଡର ପ୍ରବନ୍ଧକ ହଟ କିଶୋର ବେହେରା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ କଳାକାହ୍ନୁ ଦୀପ, ଚେୟାରମ୍ୟାନ ନିୟୁଲାଇଫ ଫାଉଣ୍ଡେସନ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା ଲୁରୁପାଲିର ବୁଣାକାର ଗୌତମ ମେହେରକୁ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.