କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ ଦାବୀ କଲା ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ବିଦ୍ୟୁତ ବିଭାଗର କୁରୁମପୁରୀ ସେକ୍ସନ ଅଧିନସ୍ଥ ଠିକପାଲି ଗାଁରେ ବିଦ୍ୟୁତ ସବଷ୍ଟେସନରେ ମରାମତି କାର୍ଯ୍ୟ କରୁଥିବା ସମୟରେ ସେହି ଗାଁର ଡୋଲାମଣି ପାଢ଼ୀ ଏବଂ ରୁନୁ ପାଢ଼ୀ କାର୍ଯ୍ୟରତ ଲାଇନମେନ୍‌ ଧନଞ୍ଜୟ ଶବରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁଇହାତକୁ ବାନ୍ଧି ନିସ୍ତୁକ ମାଡପିଟ୍‌ କରିଥିଲେ ଏବଂ ତଣ୍ଟି ଚିପି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ଶ୍ରୀ ଶବର ଖସି ଯିବାର ଉଦ୍ୟମ କରିବାରୁ ଅପରାଧୀ ମାନେ ଗୋଡେଇ ଗୋଡେଇ ଶ୍ରୀ ଶବର ଲାଇନମେନଙ୍କୁ ଚପଲରେ ପିଟିଥିଲେ । ଲାଇନମେନ୍‌ଙ୍କ ବେକରୁ ସୁନା ଚେନ୍‌ ଏବଂ କାନରୁ ମୋବାଇଲ ଇଅର କଡ୍‌କୁ ଛିଣ୍ଡାଇ ଫିଙ୍ଗି ଦେଇଥିଲେ । ପରେ ଲାଇନମେନ୍‌ ଶ୍ରୀ ଶବରଙ୍କ ସହକର୍ମୀ ଘଟଣାସ୍ଥଳକୁ ଯାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ବିଭାଗୀୟ ସେକ୍ସନ ଅଫିସର, ଏସଡ଼ିଓ ଏବଂ ବିଦ୍ୟୁତ କର୍ମଚାରୀ ସହିତ କୋମନା ଥାନାକୁ ଯାଇ ପୀଡିତ ଲାଇନମେନ୍‌ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତି କରି କୋମନା ଥାନା କେଶ ନଂ.୨୧୮/୪.୮.୨୦୨୧ ଭାରତୀୟ ପିଙ୍ଗଳ କୋଡ଼ ୧୮୬୦ର ଦଫା ୩୪୧, ୨୯୪, ୩୨୩, ୩୫୩, ୩୫୫, ୫୦୬, ୪୨୭, ୩୪ ଏବଂ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ନିର୍ଯାତନା ନିବାରଣ ୧୯୮୯ ସଂଶୋଧନ ଆଇନ ୨୦୧୫ର ଦଫା ୩ ୧ଆର୍‌ ଏସ୍‌, ୩ ୨ ଭି ଏରେ ମାମଲା ଦାୟର ହୋଇଛି । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଗତ ସୋମବାର ଦିନ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ଭାନୁପ୍ରତାପ ସିଂ ମାଝିଙ୍କ ନେତୃତ୍ୱରେ ମହାସଚିବ ନିରଞ୍ଜନ ବିଶି, ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ମୁଖ୍ୟ ଉପଦେଷ୍ଟା ହୋମ ସିଂ ମାଝି, ଧନଞ୍ଜୟ ଶବର ପ୍ରମୁଖ ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ । ନୂଆପଡା ଜିଲ୍ଲାପାଳଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦୋଷୀ ମାନଙ୍କୁ ଗିରଫ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଲୋଚନାର ତିନି ଦିନ ବିତିଯାଇଥିଲେ ସୁଦ୍ଧା ଅପରାଧୀ ମାନଙ୍କୁ ପୋଲିସ ଘଣ୍ଟଘୋଡାଉ ଥିବାରୁ ଆଦିବାସୀ ମହାସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଏଟ୍ରୋସିଟି ଆକ୍ଟ, ଆଇପିସି ଏବଂ ଏସମା ଏକ୍ଟରେ ଅଭିଯୁକ୍ତ ମାନଙ୍କୁ ଗିରଫ ନ କଲେ ଆସନ୍ତା ଶନିବାର ଦିନ ଏସ୍‌.ପିଙ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ମହାସଂଘର ମହାସଚିବ ନିରଞ୍ଜନ ବିଶି, ଯୋଗେନ୍ଦ୍ର ଭୋଇ, ଭାନୁପ୍ରତାପ ସିଂମାଝି, ଉଷ୍ମନ ମୁଣ୍ଡା, ବାଳକୃଷ୍ଣ ଶବର ପ୍ରମୁଖ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.