କୋଶଲୀ କ୍ଷୁଦ୍ର ଚଳଚିତ୍ର ‘ରାକ୍ଷୀ ଦେଲା ଆଖି’ସୁଟିଙ୍ଗ ଆରମ୍ଭ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଳା ସଇଁନ୍ତଲା ବ୍ଳକ ଲମକାନି(ଖାରିବାହାଲ) ଠାରେ ପ୍ରଯୋଜକ ରାମ ନାରାୟଣ ବାଗଙ୍କ ପ୍ରସ୍ତୁତିରେ ଏକ କ୍ଷୁଦ୍ର ଚଳଚିତ୍ର ରାକ୍ଷୀ ଦେଲା ଆଖି’ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟ ଭୂମିକାରେ ବୁଲୁ ବଗର୍ତ୍ତି, ଅମରେଶ ସାହୁ, ଲକି ଛତ୍ରିଆ, ନିକି ଛତ୍ରିଆ, ବିଶ୍ଵଜିତ ମିଶ୍ର, ଫକୀର ବଗର୍ତ୍ତି, କ୍ରିଷ୍ଣ। ପ୍ରମୁଖ ଅଭିନୟ କରୁଛନ୍ତି । କ୍ୟାମେରା ମ୍ୟାନ୍‌ ଭାବେ ଜଗତ ଦାସ ଦାୟିତ୍ୱ ତୁଲାଉ ଥିବା ବେଳେ ବୁଲୁ ବଗର୍ତ୍ତିଙ୍କ ରଚନା ଓ ନିର୍ଦ୍ଦେଶନାରେ ସୁଟିଙ୍ଗ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.