୨୦ ଜଣ ସ୍କାଉଟ୍‌ସ ଛାତ୍ର ପାଇଲେ ରାଜ୍ୟପାଳଙ୍କ ଠାରୁ ପ୍ରଶଂସାପତ୍ର : ବ୍ଲକରେ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହାସିକ କ୍ରାନ୍ତି ଦିବସ ଅବସରରେ ଡେଲାଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ସ୍ଥାନୀୟ ମହତାବ ଉଚ୍ଚ ବିଦ୍ୟାଳୟର ୨୦ ଜଣ ସ୍କାଉଟ୍‌ସ ଛାତ୍ରଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସ୍କାଉଟସ ଓ ଗାଇଡ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡିଶାର ରାଜ୍ୟାପାଳ ଡ.ଗଣେଶୀ ଲାଲଙ୍କ ପକ୍ଷରୁ ଏହି ଛାତ୍ରମାନଙ୍କ ଉଚ୍ଚ ପ୍ରଶଂସା କରାଯାଇଥିବା ବେଳେ ସେମାନଙ୍କୁ ଏହି ପ୍ରଂଶସାପତ୍ର ମିଳିଛି ବୋଲି ସ୍କାଉଟ୍‌ସ ଶିକ୍ଷକ ନଟବର ସେଠୀ ସୂଚନା ଦେଇଛନ୍ତି । କୋଭିଡ୍‌ ସମୟରେ ଜନସାଧାରଣଙ୍କୁ ମାସ୍କ ଓ ସାନିଟାଇଜର ବିତରଣ କରିବା, ସ୍ୱଚ୍ଛ ଭାରତ ମିଶନ ଓ କୋଭିଡ୍‌ ସଚେତନାତ ରାଲି କରି ଲୋକଙ୍କ ସଚେତନ କରାଇବା, ଫିଟ ଇଣ୍ଡିଆ ଓ ଖେଲୋ ଇଣ୍ଡିଆକୁ ସଫଲତା ପ୍ରଦାନ କରିବା, ଅଂଶୁଘାତ ଓ ବ୍ରଜପାତରୁ ରକ୍ଷା ନିମନ୍ତେ ଜନସଚେତନତା ସୃଷ୍ଟି କରିବା, ବିଦ୍ୟାଳୟ ସଫା କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ନ୍ୟାସନାଲ ଇଣ୍ଟିଗ୍ରେସନ ଶିବିରରେ ଯୋଗଦାନ କରିବା ତଥା ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ଔଷଧ ପହଞ୍ଚାଇବା ଦିଗରେ ଏହି ସ୍କାଉଟସ ଛାତ୍ରମାନଙ୍କ କର୍ତବ୍ୟ ନିଷ୍ଠା ଓ ନିରବଚ୍ଛିନ ସେବା ପରାୟଣ ଭୂମିକା ଉଚ୍ଚ ପ୍ରଶଂସନୀୟ ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ । ଏହି ଅବସରରେ ଡେଲାଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବ୍ଲକ ଅଧକ୍ଷ ପ୍ରସନ୍ନ ସାହୁ, ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ମହତାବ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ କାଦମ୍ବିନି ଦାଶ, ମିଶନ ଶକ୍ତି ମହିଳା ମହାସଂଘ ସଭାପତି ବିଦ୍ୟୁଲତା ସ୍ୱାଇଁ, ସମ୍ପାଦିକା ବାସନ୍ତି ସାହୁ ପ୍ରମୁଖ ଯୋଗଦେଇ କୃତି ଛାତ୍ରମାନଙ୍କ ରାଜ୍ୟପାଳଙ୍କ ପ୍ରଦତ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଉତ୍ତମ ଶିକ୍ଷା ଗ୍ରହଣ କରି କାର୍ଯ୍ୟରେ ଲଗାଇବା ସହ ସେବା ମାଧ୍ୟମରେ ଜନହୀତକର କାର୍ଯ୍ୟକରିବାକୁ ବିଡିଓ ଶ୍ରୀ ଷଡଙ୍ଗି ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଭଲ ମଣିଷ ହେବା ପାଇଁ ବ୍ଲକ ଅଧକ୍ଷ ଶ୍ରୀ ସାହୁ ପିଲାମାନଙ୍କୁ ପରାମର୍ଶ ଦେବା ସହିତ ବିଦ୍ୟାଳୟ ଉନ୍ନତୀକରଣ ପାଇଁ ପ୍ରୟାସ କରିବାକୁ ପ୍ରତିଶୃତି ଦେଇଥିଲେ । ସ୍କାଉଟ୍‌ସ ଶିକ୍ଷକ ନଟବର ସେଠୀ ଶେଷରେ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.