ବିଜେପିର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରିକେଲ ମଣ୍ଡଳ ଲୁହାରପାଲି ଗ୍ରାମ ପଞ୍ଚାୟତ ସର୍ଗିଯୁରି ଠାରେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ବରିକେଲ ମଣ୍ଡଲ ସଭାପତି ସୋକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ ବୋରସମ୍ବର ବ୍ଲକ ଅଧ୍ୟକ୍ଷ କୁମର ମଣି ନାୟକ, ନରହରି ପାଣ୍ଡେ, ଅଶୋକ ସାହୁ, ରାଜୀବ ବୁଦ୍ଧିଆଙ୍କ ଉପସ୍ଥିତରେ ଏବଂ ବିଭିନ୍ନ ପଦ ପଦବୀରେ ଥିବା ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପଞ୍ଚାୟତ ପ୍ରମୁଖ ବିପିନ ବୁଡେକ୍ ଓ ସହ ପ୍ରମୁଖ ମନୋରଞ୍ଜନ ନେଗିଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ବିଚାର ଧାରାରେ ଅନୁପ୍ରାଣିତ ହୋଇ ନୁରାଚନ ପଟେଲ, ସିଦ୍ଧାନ୍ତ ପଟେଲ, ମିନିକେତନ ପୋଡ଼, ମୋତିଲାଲ ପଟେଲ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ମକରୁ ସାହୁ ଧନ୍ୟବାଦ ଅର୍ପଣ କରି ସଭାକୁ ଶେଷ କରିଥିଲେ ।

Leave A Reply

Your email address will not be published.

error: Content is protected !!