ସମାଜସେବୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ଦୁଇ ଅନାଥ ଶିଶୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଂଗୋମୁଂଡା ବ୍ଲକ ଅଲଣ୍ଡା ପଞ୍ଚାୟତ ନୂଆପଡା ଗାଁର ୨ ଅନାଥ ପୁଅ ବାପ ମା’ ହରାଇ ଅସହାୟ ଅବସ୍ଥାରେ ରହୁଥିଲେ । ସୂଜନା ଅନୁସାରେ ଗତ ସାତ ବର୍ଷ ତଳେ ବାପା ରିଙ୍କୁ ବାଗ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ନଥିବା ବେଳେ ଗତ ଜୁଲାଇ ମାସ ୨୯ ତାରିଖ ଦିନ ସାପ କାମୁଡାରେ ମା’ ପ୍ରତିମାଙ୍କର ମୃତ୍ୟୁ ହୋଇଥିଲା । ୨ ଅନାଥ ଶିଶୁ ତାଙ୍କର ଜେଜେବାପା-ଜେଜେମା ଅରକ୍ଷିତ ବାଗ ଓ ହୀରାମଣି ବାଗଙ୍କଠାରେ ରହୁଥିଲେ । ଅପରପକ୍ଷେ ଜେଜେବାପା-ଜେଜେମା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି । ଗୋଟିଏ ଶିଶୁ ଷଷ୍ଠ ଶ୍ରେଣୀରେ ପଡୁଥିବା ବେଳେ ଅନ୍ୟତି ଶିଶୁକୁ ସାତ ବର୍ଷ ହେଉଛି । ବାପା-ମା’ଙ୍କୁ ହରାଇ ୨ ଶିଶୁ ଭାଙ୍ଗି ପଡ଼ିଥିଲେ । ସେମାନେ କିପରି ରହିବେ, କେଉଁଠି ରହିବେ ତାଙ୍କର ପ୍ରତିପୋଷଣ କିଏ କରିବ ତାହାକୁ ନେଇ ସେମାନେ ଚିନ୍ତା କରୁଥିଲେ । ଏମିତି ଅନେକ ସମସ୍ୟା ନେଇ ଗତ କିଛିଦିନ ତଳେ ବିଭିନ୍ନ ଖବର କାଗଜରେ ଏହି ସମସ୍ୟା ପ୍ରସାରିତ ହୋଇଥିଲା । ଏହି ସମସ୍ୟାକୁ ଦେଖି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, ବଲାଙ୍ଗିର ଶିଶୁ ସୁରକ୍ଷା ୟୁନିଟ, ମନ୍ତ୍ରୀ ଟୁକୁନି ସାହୁ, ବଂଗୋମୁଂଡା ବିଡ଼ିଓଙ୍କୁ ଏହି ଶିଶୁ ମାନଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ଅନୁରୋଧ କରିଥିଲେ । ଖବର ପାଇ ବଂଗୋମୁଂଡା ବିଡ଼ିଓ ରିପୁନାଥ ସୁନାଙ୍କ ନିଦ୍ଦେଶ କ୍ରମେ ଅଲଣ୍ଡା ଜିଆରଏସ ଓ ଜିଓଟେଗ ପ୍ରମୁଖ ପହଂଚି ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ସେହିପରି ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶରେ କିଛି ଶୁଖିଲା ରାସନ ପ୍ରଦାନ କରିଛନ୍ତି । ସେହିପରି ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ଶିଶୁ ମାନଙ୍କ ଠାରୁ ସମସ୍ତ ଡକ୍ୟୁମେଣ୍ଟ ସଂଗ୍ରହ କରାଯାଇଛି । ୨ ଶିଶୁଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ବଂଗୋମୁଂଡା ତହସିଲଦାରଙ୍କୁ ନିଦ୍ଦେଶ ଦିଆଯାଇଛି ବୋଲି ସମାଜସେବୀ ଯଶୋବନ୍ତ ରଣାଙ୍କୁ ପଞ୍ଚାୟତୀରାଜ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ଦୁଇ ଶିଶୁଙ୍କୁ ଥଇଥାନ କରାଯିବା ଖବର ଶୁଣି ଗ୍ରାମବାସୀ କଳାହାଣ୍ଡିର ଯୁବ ସମାଜସେବୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.