jayashree

ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ପଶ୍ଚିମ ଓଡିଶା ମହାନ ପର୍ବ ତଥା ଚଳିତ ବର୍ଷର ନୂଆଖାଇ ପାଇଁ ପାଟଣା ମହରାଜାଙ୍କ କାର୍ଯ୍ୟାଳୟ ନୂଆଖାଇ ଲଗ୍ନକୁ ନେଇ ପ୍ରଚାର ପତ୍ର ଜାରି ହୋଇଛି । ଆଗାମୀ ସେପ୍ଟେମ୍ବର ୧୧ ତାରିଖ ଶନିବାର ଦିନ, ତୁଳା ଲଗ୍ନ, ମିଥୁନ ନବାଂଶରେ ରହିଥିବା ଅମୃତ ବେଳା, ସକାଳ ୧୦ଟା ୧୯ରୁ ୧୦ଟା ୪୦ ମଧ୍ୟରେ ନୂଆଖାଇ ବିଧି ଅନୁସାରେ ଲଗ୍ନ ସ୍ଥିର କରାଯାଇଛି । ଜିଲ୍ଲାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁସାରେ ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, କାହିଁ ଆଦି ଅନାଦି କାଳରୁ ପଶ୍ଚିମ ଓଡିଶାରେ ମହାନ ପର୍ବ ନୂଆଖାଇ ପାଳିତ ହୋଇ ଆସୁଛି । କରୋନା ମହାମାରୀ ସଂକ୍ରମଣ ଯୋଗୁଁ ନୂଆଖାଇ ଉପଲକ୍ଷେ ପାଳିତ ହେଉଥିବା ସମାରୋହ ଆଦି ଫିକା ପଡିଥିଲେ ବି ପ୍ରତ୍ୟେକ ବର୍ଷ ଭଳି ପଶ୍ଚିମ ଓଡିଶା ଘରେ ଘରେ ନୂଆଖାଇ ପାଳିତ ହେଉଛି । ଯଦି ବି କରୋନା କଟକଣା ହୋଇଥିବା ସତ୍ୱେ ପ୍ରତ୍ୟେକ ଲୋକ ନିଜ ନିଜ ଇଷ୍ଟ ଦେବୀଙ୍କ ଠାରେ ନୂଆ କୁଣ୍ଡା ବିଧି ଅନୁସାରେ ଲଗାଯାଇ ନବାନ୍ନ ଭକ୍ଷଣ କରିଥାନ୍ତି ।

Leave A Reply

Your email address will not be published.