ବଲାଙ୍ଗିରରୁ ଦେଶର ରାଜଧାନୀ ସହିତ ସିଧାସଳଖ ଟ୍ରେନ ଚଳାଚଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧୀ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଆର୍ଥିକ ସ୍ଥିତିର ବିବରଣୀ ପ୍ରଦାନ କରିବା ପରେ ଡିଆରୟୁସିସି ସଭ୍ୟ ବିକ୍ରମାନନ୍ଦ ବହିଦାର ସମ୍ବଲପୁର ବୈଠକରେ ଉପସ୍ଥାପନ କରିଥିବା ବିଭିନ୍ନ ଦାବୀ ସଂପର୍କରେ ସୂଚନା ଦେଇଥିଲେ । ଦେଶର ରାଜଧାନୀ ସହିତ ବଲାଙ୍ଗିରରୁ ସିଧାସଖଳ ଟ୍ରେନ ଚଳାଚଳ ବ୍ୟବସ୍ଥା ପାଇଁ ସମତା ଏକ୍ସପ୍ରେସ ସପ୍ତାହରେ ଦୁଇ ଦିନ ବଲାଙ୍ଗିର-ବରଗଡ- ସମ୍ବଲପୁର ଦେଇ ଦିଲ୍ଲୀକୁ ଚାଲିବ, ଜମ୍ବୁତାବି ଏକ୍ସପ୍ରେସକୁ ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରଣ, ବିଛୁପାଲି ବଲାଙ୍ଗିର ଟ୍ରେନକୁ ସକାଳରେ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଇବାରେ ଅନ୍ତର୍ଭୁକ୍ତ କରାଯାଇଛି । ଉପସ୍ଥିତ ସଭ୍ୟବୃନ୍ଦ କଣ୍ଟାବାଞ୍ଜି-ନବରଂଗପୁର ନୂତନ ରେଳପଥ ନିର୍ମାଣ ସହ ଆସନ୍ତା ୨୦୨୨ ସୁଦ୍ଧା ବଲାଙ୍ଗିର-ସୋନପୁର ରେଳ ଚଳାଚଳ ନେଇ ଆଶାବ୍ୟକ୍ତ କରିଥିଲେ । ସହସଂପାଦକ ପ୍ରଭାକର ମିଶ୍ର, ସଭ୍ୟ ବୃନ୍ଦାବନ ବରାଳ, ପ୍ରଶନ୍ନ କୁମାର ମିଶ୍ର, ଦ୍ୱାରିକା ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉପସଭାପତି ପର୍ଶୁରାମ ନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.