ବଲାଙ୍ଗିର, (କେପିଏନ୍ଏସ୍) : ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା କର୍କଟ ରୋଗୀମାନଙ୍କ ସୁବିଧା ନିମନ୍ତେ ଆସନ୍ତା ୫ ତାରିଖ ଗୁରୁବାର ଦିନ ସମୟ ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଏକ ମାଗଣା କର୍କଟ ପରାମର୍ଶ ଶିବିର ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ବର୍ହିଃବିଭାଗ ରୁମ୍ ନଂ.୨୧ରେ ଅନୁଷ୍ଠିତ ହେବ । ଏଥିରେ ଡା.ଦୀନେଶ ପେଣ୍ଢାରକର, ବରିଷ୍ଟ କର୍କଟ ରୋଗ ବିଶେଷଜ୍ଞ, ସର୍ବୋଦୟ ଚିକିତ୍ସାଳୟ, ଫରିଦାବାଦ (ଦିଲ୍ଲୀ) ଉପସ୍ଥିତ ରହି ରୋଗୀମାନଙ୍କୁ ମାଗଣାରେ ପରାମର୍ଶ ଦେବେ । ଯେଉଁ ରୋଗୀମାନେ ମାଗଣାରେ ଯାତାୟତ ସୁବିଧା ନେବା ପାଇଁ ଚାହୁଁଛନ୍ତି, ସେମାନେ ତାଙ୍କ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ତା ୪ ତାରିଖ ପୂର୍ବରୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଏଥିରେ ବହୁଳ ସଂଖ୍ୟାରେ ଯୋଗଦାନ କରି ଏହାର ସୁଯୋଗ ନେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବିନୟ ଅନୁରୋଧ କରାଯାଇଛି ।