ଚୀନରେ ଭୟଙ୍କର ବନ୍ୟା

ବେଜିଂ : ଚୀନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ହୋଇଥିବା ଖବର ମଳିଛି । ତେବେ ଏଠାରେ ଏତେ ବର୍ଷା ହୋଇଛି ଯେ ତାହାକୁ ଗତ ୧ ହଜାର ବର୍ଷରେ ସର୍ବାଧିକ ବର୍ଷା ବୋଲି କୁହାଯାଉଛି । ରେକର୍ଡ ୪୫୭.୫ ମିଲିମିଟର ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ପ୍ରବଳ ବର୍ଷା ଯୋଗୁଁ ଚାଷଜମିଗୁଡ଼ିକ ଜଳମଗ୍ନ ହେବା ସହ ଫସଲ ନଷ୍ଟ ହୋଇଯାଇଛି । ଚୀନ ସରକାରଙ୍କ ଅଟକଳ ଅନୁସାରେ ପ୍ରାୟ ୨ ଲକ୍ଷ ୧୫ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧.୨୨ ବିଲିୟନ ୟୁଆନ ହେବ ।

Leave A Reply

Your email address will not be published.

error: Content is protected !!