csstore

କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କ୍ୟାଣ୍ଡଲ ଶୋଭାଯାତ୍ରା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଅଘୋଷିତ ବିଦ୍ୟୁତକାଟ, ବିଦ୍ୟୁତ ଶୁଳ୍କ ବୄଦ୍ଧି ଓ ଲୋ ଭୋଲ୍‌ଟେଜର ପ୍ରତିବାଦ କରି ଫୁଲବାଣୀ ସହରର ମାଦିକୁନ୍ଦାଛକ ଠାରୁ ଇଲେକ୍ଟ୍ରି ଅପିସ୍‌ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର, ରାଜ୍ୟ ଯୁବମୋର୍ଚ୍ଚା କାର୍ୟ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର, ଯୁବମୋର୍ଚ୍ଚା ଉପସଭାପତି ସୁଧାଂଶୁ ଗୁରୁ, କୁସୁମ ପ୍ରଧାନ, ମାନଭଞ୍ଜନ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ଦାସ, ଚନ୍ଦ୍ରଶେଖର ନାୟକ, ଜଗନ୍ନାଥ ସାହୁ (ଟିକୁ), ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ଭଗବାନ ମହାନ୍ତି, ବିଜେପି ଜିଲ୍ଲା ଉପସଭାପତି ରମେଶ ମହାନ୍ତି ଓ ଅଜିତ ପଟ୍ଟନାୟକ, ନଗର ସଭାପତି ସୁଶାନ୍ତ ମହାନ୍ତି, ରତନ ଚୌଧୁରୀ, ସ୍ମିତା ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.