csstore

ଯୁବନେତା ଲଷ୍ମୀକାନ୍ତ ବରିହାଙ୍କୁ ସୋସିଆଲ ଓର୍‌ଗାନିଜେସନ୍‌ କୋର୍ଡିନେଟର ଓ ଯୁବ ନେତା ମଣ୍ଟୁ ପାଣ୍ଡେଙ୍କୁ ଇନ୍‌ଫୋର୍‌ମେସନ୍‌ ଟେକ୍ନୋଲୋଜି କୋର୍ଡିନେଟର ଦାୟିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା କମିଟି ଗଠନ ହୋଇଯାଇଛି । ତେବେ ଏହି କମିଟିରେ ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକର ଯୁବନେତା ଲଷ୍ମୀକାନ୍ତ ବରିହାଙ୍କୁ ସୋସିଆଲ ଓର୍‌ଗାନିଜେସନ୍‌ କୋର୍ଡିନେଟର ଓ ଯୁବ ନେତା ମଣ୍ଟୁ ପାଣ୍ଡେଙ୍କୁ ଇନ୍‌ଫୋର୍‌ମେସନ୍‌ ଟେକ୍ନୋଲୋଜି କୋର୍ଡିନେଟର ପଦ ଦିଆଯାଇଛି । ଦୁଇ ଯୁବ ନେତା ନିଜେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରିତେଶ ବୋହିଦାର, ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡାଙ୍କୁ ଓ ଜିଲ୍ଲା ନେତୃ ମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇବା ସହିତ ଏହି ଅଂଚଳର ଯୁବକ ମାନଙ୍କର ଓ ଜନସାଧାରଣ ବିକାଶ ଦିଗରେ ସବୁବେଳେ ପ୍ରତିଜ୍ଞା ବଧ ଅଛନ୍ତି ବୋଲି ଦୁଇ ଯୁବ ନେତା ପ୍ରକାଶ କରିଛନ୍ତି । କୋର୍ଡିନେଟର ପଦ ପାଇ ଥିବାରୁ ଅଞ୍ଚଳ ଥତା ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ଓ ବିଭିନ୍ନ ମହଲରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.