ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ନିମନ୍ତେ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଛତ୍ରପୁର ଠାରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ସମସ୍ତ ଗଣ୍ୟମାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସୁଶୋଭିତ ମଧୁର ଜଳ ହ୍ରଦ “ତାମ୍ପରା” ପୌରାଣିକ ସମୟର ଶକ୍ତିପୀଠ ରାମଚଣ୍ଡୀ, ଐତିହାସିକ ସ୍ଥଳ “ପୋତାଗଡ଼” ରମ୍ଭାସ୍ଥିତ ନିଳାମ୍ବୁ ଚିଲିକା ହ୍ରଦ ଓ ଜିଲ୍ଲା ସଂସ୍କୃତି ଭାବନର ଉନ୍ନୟନ ନେଇ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.